କନକ ବ୍ୟୁରୋ: ମାଲକାନଗିରିରେ ବଡ ଯାତ୍ରାରେ ମାନିଲେନି କରୋନା କଟକଣା । ଭକ୍ତ ଭଗବାନଙ୍କ ଭାବାବେଗ ଆଗରେ ଫିକା ପଡିଲା କୋଭିଡ କଟକଣା । ପ୍ରଶାସନର କଟକଣା ସତ୍ୱେ ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡଯାତ୍ରାରେ ଏକାଠି ହେଲେ ହଜାର ହଜାର ଶ୍ରଦ୍ଧାଳୁ ।
ଗତକାଲି ତିନି ଠାକୁର କୃଷ୍ଣ, ଭୀମ ଓ ଅର୍ଜୁନଙ୍କ ବିମାନ ଏକ ବିରାଟ ପଟୁଆରରେ ମାଲକାନଗିରି ସଦର ମହକୁମାସ୍ଥିତ କନ୍ୟାମାଝିବନ୍ଧ ଠାରୁ ମାଣ୍ଡିଆଭଟା ମଣ୍ଡପକୁ ପହଁଚିଥିଲା । ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଜିଲ୍ଲା ତଥା ଜିଲ୍ଲା ବାହାରର ୫ ହଜାରରୁ ଅଧିକ ଶ୍ରଦ୍ଧାଳୁ । ଏଥର କରୋନା ପାଇଁ ପ୍ରଶାସନର ନାଇଟ କର୍ଫ୍ୟୁ ଘୋଷଣା ପରେ ଏତେ ଭିଡ ପରିଲକ୍ଷିତ ହୋଇଛି । ଯାହାକୁ ନେଇ ପ୍ରଶାସନର କୋଭିଡ୍ କଟକଣା ଉପରେ ପ୍ରଶ୍ନ ଉଠିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/12-22.jpg)