ମହାରାଷ୍ଟ୍ରରେ ବଢୁଛି କରୋନାର କାୟା : କୋଭିଡ୍-୧୯ଭୂତାଣୁର ଶିକାର ହୋଇ ୨୨ହଜାର ୭୯୪ ପ୍ରାଣ ହରାଇଥିବା ବେଳେ, ୭ଲକ୍ଷ ପାର କଲାଣି ଆକ୍ରାନ୍ତ ସଂଖ୍ୟା

303

କନକ ବ୍ୟୁରୋ : ସର୍ବାଧିକ ଆକ୍ରାନ୍ତଙ୍କ ରାଜ୍ୟ ତାଲିକାରେ ପ୍ରଥମରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ୭ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୩ହଜାର ୮୨୩ରେ ପହଂଚିଛି । ଏକ ଲକ୍ଷ ୬୬ହଜାର ୨୩୯ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ମହାରାଷ୍ଟ୍ରରେ କରୋନା ଯୋଗୁଁ ୨୨ହଜାର ୭୯୪ଜଣଙ୍କର ମୃତ୍ୟୁ ହେଲାଣି । ସେହିପରି ସର୍ବାଧିକ ସଂକ୍ରମିତ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ତାମିଲନାଡ଼ୁ । ତାମିଲନାଡ଼ୁରେ ୩ଲକ୍ଷ ୯୧ହଜାର ୩୦୩ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୨ହଜାର ୧୨୮ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିପରି ତାମିଲନାଡ଼ୁରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬ହଜାର ୭୨୧ରେ ପହଂଚିଛି । ସେହିପରି ସଂକ୍ରମିତଙ୍କ ତାଲିକାର ତୃତୀୟରେ ରହିଛି ଅନ୍ଧ୍ର ପ୍ରଦେଶ । ଆନ୍ଧ୍ର ପ୍ରଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୭୧ହଜାର ୬୩୯ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୮୯ହଜାର ୯୩୨ଜଣ ସଂକ୍ରମିତ ସକ୍ରିୟ ରହିଛନ୍ତି । କରୋନା ଯୋଗୁଁ ଆନ୍ଧ୍ର ପ୍ରଦେଶରେ ୩୪୬୦ଜଣଙ୍କର ମୃତ୍ୟୁ ହୋଇଛି ।

ମହାରାଷ୍ଟ୍ରରେ ଗତ୨୪ଘଂଟା ଭିତରେ ୧୨୨ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ଘଂଟା ଭିତରେ ମହାରାଷ୍ଟ୍ରରେ କରୋନା ଯୋଗୁଁ ୨ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ମୋଟ ୧୪ହଜାର ୧୮୯ଜଣ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୬ଶହ ୨୨ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ସେହିପରି ୧୧ହଜାର ୪୨୩ଜଣ ପୋଲିସ କର୍ମୀ ସୁସ୍ଥ ହୋଇଛନ୍ତି । ସେହିପରି ୧୪୪ଜଣ ପୋଲିସ କର୍ମୀଙ୍କର ମୃତ୍ୟୁ ହୋଇଛି ।