ମହାରାଷ୍ଟ୍ର ବିଧାନସଭାରେ ବିଜେପି ବିଧାୟକଙ୍କ ହଟ୍ଟଗୋଳ । ୧୨ ବିଧାୟକ ୧ ବର୍ଷ ପାଇଁ ନିଲମ୍ବିତ

97

କନକ ବ୍ୟୁରୋ : ମହାରାଷ୍ଟ୍ର ବିଧାନସଭାରେ ହଟ୍ଟଗୋଳ କରିବା ଅଭିଯୋଗରେ ୧୨ ଜଣ ବିଜେପି ବିଧାୟକଙ୍କୁ ୧ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ବିଧାୟକମାନେ ପଛୁଆବର୍ଗଙ୍କୁ ଆରକ୍ଷଣ ଦେବା ଦାବିରେ ହଟ୍ଟଗୋଳ କରିଥିଲେ । ଏହି ମାମଲାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ବିଧାୟକ ଦେବେନ୍ଦ୍ର ଫଡନଭିସ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ବିଜେପି ବିଧାୟକଙ୍କ ଉପରେ ମିଛ ଅଭିଯୋଗ ଅଣାଯାଇଛି । ହେଲେ ରାଜ୍ୟର ଓବିସି ମାନଙ୍କୁ ଆରକ୍ଷଣ ଦେବାକୁ ଆମେ ୧୨ ଜଣ ବିଧାୟକ ହରାଇବାକୁ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ନିଲମ୍ବିତ ହୋଇଥିବା ବିଜେପି ବିଧାୟକ ଆଶିସ୍ ସୋଲାର କହିଛନ୍ତି କି ଠାକରେ ସରକାର ତାଲିବାନୀ ଭଳି କାମ କରୁଛନ୍ତି । ସେ କହିଛନ୍ତି କି ବିଜେପିର କୌଣସି ବିଧାୟକ ଭାସ୍କର ଯାଦବଙ୍କୁ ଗାଳି ଦେଇ ନାହୁଁ କି ହେଲେ ଏଭଳି ଅଭିଯୋଗ ଆସିବା ପରେ ବାଚଷ୍ପତିଙ୍କୁ କ୍ଷମା ମାଗିଥିଲେ ବି ବାଚଷ୍ପତି ନିଲମ୍ବନ ଆଦେଶ ଜାରି କରିଛନ୍ତି ।

କହିରଖୁ କି ମହାରାଷ୍ଟ୍ରରେ ଓବିସି ବର୍ଗର ଲୋକଙ୍କୁ ଆରକ୍ଷଣ ଦେବାକୁ ବିଜେପି କିଛିଦିନ ହେବ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଆସୁଛି । ଏହାସହ ଏହି ମାମଲା ବି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ହେଲେ ଏହା ହାଇକୋର୍ଟରେ ବିଚାର ହୋଇ ପାରିବ ବୋଲି କହି ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଥିଲେ ।

ଏହି ଘଟଣା ପରେ ଶିବସେନା ଓ ବିଜେପି ମଧ୍ୟରେ ସୁଧୁରୀ ଆସୁଥିବା ସଂପର୍କ ପୁଣି ଖରାପ ହୋଇପାରେ । କାରଣ ଆଜି ବି ଶିବସେନା ନେତା ସଂଜୟ ରାୱତ କହିଥିଲେ କି ବିଜେପି ଓ ଶିବସେନାର ସଂପର୍କ ଅମୀର ଖାନ ଓ କିରଣ ରାଓଙ୍କ ସଂପର୍କ ଭଳି । ସଂଜୟ ରାୱତଙ୍କର ଏଭଳି ବୟାନ ପରେ ରାଜ୍ୟ ବିଜେପି ପ୍ରମୁଖ ଦେବେନ୍ଦ୍ର ଫଡନାଭିସ୍ କହିଥିଲେ କି ବିଜେପି ଓ ଶିବସେନା ମଧ୍ୟରେ କୌଣସି ଶତ୍ରୁତା ନାହିଁ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କିଛିଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଜେପି ଓ ଶିବସେନାର ସଂପର୍କ ଉପରେ ପଜିଟିଭ୍ ମନ୍ତବ୍ୟ ଗଣମାଧ୍ୟମରେ ଦେଇଥିଲେ । ହେଲେ ଏବେ ମହାରାଷ୍ଟ୍ର ବିଧାନ ସଭାରେ ଯେଭଳି ଘଟଣା ଦେଖାଦେଲା ଏହାପରେ ବିଜେପି ଓ ଶିବସେନାର ସଂପର୍କ ଖରାପ ହେବା ନେଇ ଆଲୋଚନା ହେଉଛି ।