ମଧ୍ୟପ୍ରଦେଶରେ କେନାଲକୁ ବସ ଖସିବା ଘଟଣାରେ ୪୫ ମୃତଦେହ ଉଦ୍ଧାର । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଁଏ ସହାୟତ ଘୋଷଣା କଲେ ଶିବରାଜ ସିଂଚୌହାନ 

126

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । କେନାଲକୁ ଖସିପଡିଲା ଯାତ୍ରୀବାହୀ ବସ । ମଧ୍ୟପ୍ରଦେଶ ସିଦ୍ଧିରେ ଆଜି ସକାଳ ପ୍ରାୟ ୭ଟା ସମୟରେ ୫୨ଜଣ ଯାତ୍ରୀନେଇ ବସଟି ସିଦ୍ଧିିରୁ ସତନା ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡିଥିଲା । ଘଟଣାସ୍ଥଳରୁ ସମସ୍ତ ୪୫ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ୭ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

କେନାଲ ଭିତରେ ଦୀର୍ଘ ସମୟ ଧରି ଉଦ୍ଧାର କାମ ଚାଲିବା ପରେ ସମସ୍ତ ଶବକୁ ଉଦ୍ଧାର କରାଯାଇଛି । ଘଟଣାରେ ଦୁଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ସାହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।ସେପଟେ  ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକଶ କରିବା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ବସରେ ଥିବା ସମସ୍ତ ଯାତ୍ରୀ ନର୍ସିଂ ଛାତ୍ରଛାତ୍ରୀ ବୋଲି ଜଣାପଡିଛି । ସିଦ୍ଧିରୁ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ବୋଲେରୋ ଗାଡିକୁ  ସାଇଡ ଦେବା ସମୟରେ ବସଟି ଭାରସାମ୍ୟ ହରାଇ କେନାଲକୁ ଖସିପଡିଥିଲା । ଘଟଣାରେ ଦୁ୍ଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ,  ଗୃହମନ୍ତ୍ରୀ ଅମିତ ଶାହା । ଟୁଇଟ କରି  ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ଗୃହମନ୍ତ୍ରୀ ।