ରାତି ଅଧରେ ସାବରିମାଳା ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ ମହିଳା । ମହିଳା ପଶିବା ପରେ ଆରମ୍ଭ ହୋଇଥିଲା ମନ୍ଦିର ଶୁଦ୍ଧିକରଣ ପ୍ରକ୍ରିୟା

Advertisment
ରାତି ଅଧରେ ସାବରିମାଳା ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ ମହିଳା । ମହିଳା ପଶିବା ପରେ ଆରମ୍ଭ ହୋଇଥିଲା ମନ୍ଦିର ଶୁଦ୍ଧିକରଣ ପ୍ରକ୍ରିୟା

କନକ ବ୍ୟୁରୋ : କେରଳ ସାବରିମାଳାରେ ପ୍ରବେଶ କରିଥିଲେ ମହିଳା ଶ୍ରଦ୍ଧାଳୁ । ବହୁ ବିରୋଧ ସତ୍ୱେ ଦୁଇ ଜଣ ୪୦ ବର୍ଷିୟ ମହିଳା ମନ୍ଦିର ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଥିଲେ । ଏହା ଦ୍ୱାରା ସାବରିମାଳା ମନ୍ଦିରରେ ଶହ ଶହ ବର୍ଷ ଧରି ଚାଲି ଆସୁଥିବା ପୁରୁଣା ପରମ୍ପରାର ଅନ୍ତ ଘଟିଥିଲା । କୁହାଯାଉଛି ବିନ୍ଦୁ ଓ କନକଦୁର୍ଗା ନାମକ ଦୁଇଜଣ ୫୦ରୁ କମ ବୟସର ମହିଳା ଅଧ ରାତିରେ ମନ୍ଦିରର ସିଡି ଚଢ଼ିବା ଆରମ୍ଭ କରିଥିଲେ । ଏବଂ ପ୍ରାୟ ୩ଟା ୪୫ରେ ଭଗବାନ ଅୟପ୍ପାଙ୍କ ଦର୍ଶନ କରିଥିଲେ । ଦୁଇ ମହିଳାଙ୍କ ସହ ସାଧା ପୋଷାକ ଓ ୟୁନିଫର୍ମରେ କେତେକ ପୋଲିସ କର୍ମଚାରୀ ଥିଲେ ।

ତେବେ ମହିଳା ପ୍ରବେଶ କରିବା ପରେ ସାବରିମାଲା କାର୍ଯ୍ୟାନୁଷ୍ଠାନ ମନ୍ଦିରକୁ ବନ୍ଦ କରାଯିବା ସହ ମନ୍ଦିରର ଶୁଦ୍ଧିକରଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଋତୁମତୀ ବୟସ ଚାଲୁଥିବା ମହିଳାମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ ବୋଲି ଶହ ଶହ ବର୍ଷ ଧରି ଚାଲିଆସିଥିବା ନିଷିଦ୍ଧାଦେଶକୁ ଗତ ସେପ୍ଟେମ୍ବର ୨୮ ତାରିଖରେ ସୁପ୍ରିମ୍ କୋର୍ଟ ଭାଙ୍ଗିବା ପରେ ପ୍ରଥମ କରି ଏପରି ଘଟଣା ଦେଖିବାକୁ ମିଳିଥିଲା ।

ଘଟଣା ସତ୍ୟ ବୋଲି କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ବି କହିଥିଲେ । ଏହାସହ ମନ୍ଦିର ମଧ୍ୟକୁ ଯିବାକୁ ଚାହୁଁଥିବା ଯେ କୌଣସି ମହିଳାଙ୍କୁ ସବୁ ପ୍ରକାରର ସମ୍ଭାବ୍ୟ ପୁଲିସ ସହାୟତା ଯୋଗାଇ ଦେବାକୁ ଆମେ ଆଦେଶ ନାମା ଜାରି କରିଛୁ ବୋଲି କେରଳ ମୁଖ୍ୟମନ୍ତ୍ରୀ କହିଥିଲେ   ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe