ଆଉ କେତେ ଦୁର୍ଘଟଣାକୁ ଅପେକ୍ଷା କରିଛି ଶକ୍ତିବିଭାଗ !! ତାରରେ ଲାଗିଲା ଭ୍ୟାନ, ଅଳ୍ପକେ ବର୍ତିଗଲେ ଡ୍ରାଇଭର

ଆଉ କେତେ ଦୁର୍ଘଟଣାକୁ ଅପେକ୍ଷା କରିଛି ଶକ୍ତିବିଭାଗ !! ତାରରେ ଲାଗିଲା ଭ୍ୟାନ, ଅଳ୍ପକେ ବର୍ତିଗଲେ ଡ୍ରାଇଭର

କନକ ବ୍ୟୁରୋ : ଲାଞ୍ଜିଗଡ଼ ବ୍ଲକ୍‌ ଲାଞ୍ଜିଗଡ଼ ଥାନା ପଛପାଖ ଟ୍ରାନ୍ସଫର୍ମରଠାରୁ ପାତ୍ରପଡ଼ାକୁ ସଂଯୋଗ ହୋଇଥିବା ଘରୋଇ ବିଦ୍ୟୁତ୍‌ ତାରରେ ଶୁକ୍ରବାର ଏକ କମାଣ୍ଡର ଭ୍ୟାନ୍‌ ଲାଗିଯାଇଥିଲା। ତେବେ ସୌଭାଗ୍ୟବଶତଃ ଏହାର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଫଳରେ ପବିତ୍ର ଶିବରାତ୍ରିରେ ଏକ ବଡ଼ ଅଘଟଣ ଟଳିଯାଇଛି। ଲାଞ୍ଜିଗଡ଼ ଥାନା ପଛପାଖ ରାସ୍ତାକଡ଼ରେ ଥିବା ଟ୍ରାନ୍ସଫର୍ମରରୁ ପାତ୍ରପଡ଼ାକୁ ସଂଯୋଗ କରୁଥିବା ଘରୋଇ ବିଜୁଳି ତାର ରାସ୍ତାଠାରୁ ୬ ଫୁଟ୍ ଉପରେ ଝୁଲି ରହିଛି। ଶୁକ୍ରବାର ଦିନ ପ୍ରାୟ ୧ଟାରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରୁ ଆସିଥିବା କମାଣ୍ଡର ଭ୍ୟାନ୍‌ (ଓଆର୍‌ ୧୮ ବି ୬୪୮୮) ସେହି ରାସ୍ତାରେ ଯାଉଥିବା ସମୟରେ ବିଜୁଳି ତାରରେ ଲାଗିଯାଇଥିଲା। ତାରରେ ସର୍ଟ ସର୍କିଟ ହୋଇ ପ୍ରବଳ ନିଆଁ ବାହାରିଲା । ତେବେ ସଂଗେ ସଂଗେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଯିବାରୁ ସେ ବଞ୍ଚି ଯାଇଥିଲେ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବର୍ଷ ବର୍ଷ ଧରି ଏହି ବିଜୁଳି ତାର ଝୁଲି ରହିଥିଲା। ଏହି ରାସ୍ତା ଦେଇ ସ୍କୁଲ ଛାତ୍ରଛାତ୍ରୀ, ଜନସାଧାରଣ ଓ ଯାନବାହନ ଯାତାୟାତ ସମୟରେ ବିପଦ ଥିବା ଯୋଗୁଁ ବାରମ୍ବାର ବିଜୁଳି ବିଭାଗକୁ ଅବଗତ କରାଯାଇଥିଲା। ହେଲେ କୌଣସି ସୁଫଳ ମିଳୁନଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଏନେଇ ସ୍ଥାନୀୟ ବିଦ୍ୟୁତ ବିଭାଗର ଯନ୍ତ୍ରୀ ସୌଦାଗର ମେହେରଙ୍କୁ ପଚାରିବାରୁ କିଛିଦିନ ତଳେ ଏହି ସବୁ ବିଷୟରେ ସମସ୍ତ ପଞ୍ଚାୟତର ସରପଞ୍ଚ, ପିଇଓ, ସମିତି ସଭ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଠାରେ ସେମାନଙ୍କୁ ନିଜ ନିଜ ଅଞ୍ଚଳର ବିପଦସଂକୁଳ ବିଦ୍ୟୁତ୍‌ ତାରର ରିପୋର୍ଟ ଦେବା ପାଇଁ କୁହାଯାଇଛି। ରିପୋର୍ଟ ସବୁ ଆସିଲେ କାମ ଆରମ୍ଭ ହେବ ବୋଲି ସ‌େ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe