ଲାଲଗଡରେ ମାଓ ସହ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଛନ୍ତି ଯବାନ : ବସ୍ତରରୁ ଆସିଲା ଯବାନଙ୍କ ସଂଘର୍ଷର ଚିତ୍ର, କୁମ୍ବି ସାରି ଫେରିବା ବେଳେ ବର୍ଷା ଯୋଗୁଁ ଫୁଲିଥିଲା ନଇ; ଟ୍ରାକ୍ଟର ଯୋଗେ ପାଣି ପାର ହେଲେ ଯବାନ

173

କନକ ବ୍ୟୁରୋ : ଲାଲଗଡରେ ଯବାନ କେବଳ ମାଓ ମୁକାବିଲା କରୁଛନ୍ତି , ତାହା ନୁହଁ । ଦୁର୍ଗମ ଅଂଚଳରେ ବି ଭୌଗଳିକ ସ୍ଥିତି ସହିତ ପ୍ରାକୃତିକ ବିପର୍ଯ୍ୟୟର ବି ସାମ୍ନା କରୁଛନ୍ତି ଯବାନ ମାନେ । ଆଜି ଆମେ ଏପରି ଏକ ଦୃଶ୍ୟ ଆପଣଙ୍କୁ ଦେଖାଉଛୁ । ଯାହାକୁ ଦେଖିବା ପରେ ଆପଣ ସହଜରେ ଜାଣିପାରିବେ କିପରି ମାଓ ଅପରେସନରେ ଥିବା ଯବାନ ପ୍ରାକୃତିକ ପରିସ୍ଥିତିର ସାମ୍ନା କରୁଛନ୍ତି ।

ଗତକାଲି ସୁକୁମା ଜିଲ୍ଲା ଜଗରକୋଣ୍ଡା ଜଂଗଲରେ ଚାଲିଥିଲା ମାଓ ଅପରେସନ । ଯବାନଙ୍କ ଗୁଳିରେ ୪ ମାଓବାଦୀ ଟଳିଥିଲେ । ଏହି ଅପରେସନ ସାରି ଫେରିବା ବେଳେ ପ୍ରବଳ ବର୍ଷା ପରେ ଫୁଲି ଉଠିଥିଲା ନଦୀ । ପାଣିରେ ଫେରିବାର ବାଟ ନଥିଲା । ଯବାନଙ୍କ ଗାଡି ବି ଅଟକି ରହିଥିଲା । ଏତିକି ବେଳେ ଯବାନଙ୍କ ଗାଡିକୁ ପାଣିରେ ଟାଣି ଟାଣି ନେଇଥିଲା ଏକ ଟ୍ରାକ୍ଟର । ଭରା ନଇରେ ଯବାନ ବସିଛନ୍ତି ଗାଡି ଉପରେ । ଆଉ ଟ୍ରାକ୍ଟର ଜରିଆରେ ଟାଣି ଟାଣି ପାଣି ଭର୍ତି ନଇ ପାର ହେଉଛି ଗାଡି । ଏ ଦୃଶ୍ୟ ହେଉଛି ଛତିଶଗଡର ବସ୍ତର ଅଂଚଳରେ । ଏହା ହିଁ ପ୍ରମାଣ କରୁଛି କିପରି ଜଂଗଲ ଭିତରେ ମୁତୟନ ଥିବା ଯବାନ ମାନେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଛନ୍ତି ।