ଘର ପାଖରେ ଡରାଉଛି ବନ୍ୟାପାଣି। କୁଜଙ୍ଗରେ ୫୦ ଫୁଟର ଘାଇ କବଳରୁ ଘରକୁ ସୁରକ୍ଷା ଦେବା ପାଇଁ ଲାଗି ପଡିଛନ୍ତି ପୁରା ପରିବାର

ଘର ପାଖରେ ଡରାଉଛି ବନ୍ୟାପାଣି। କୁଜଙ୍ଗରେ ୫୦ ଫୁଟର ଘାଇ କବଳରୁ ଘରକୁ ସୁରକ୍ଷା ଦେବା ପାଇଁ ଲାଗି ପଡିଛନ୍ତି ପୁରା ପରିବାର

କନକ ବ୍ୟୁରୋ: ଘର ପାଖକୁ ବନ୍ୟାପାଣି ଆସିଛି । ଜଗତସିଂହପୁରରେ ମହାନଦୀ ଓ ଦେବୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଜିଲ୍ଲାର କେତେକ ତଳିଆ ଅଂଚଳରେ ପାଣି ପଶିଛି । ଗତକାଲି ରାତିରେ ଜଳସ୍ତର ବୃଦ୍ଧି ପାଇଥିବାରୁ କୁଜଙ୍ଗ ବ୍ଲକ ଜିଲ୍ଲାନାସୀ ପଂଚାୟତର ତେନ୍ତୁଳିଖମାର ଗାଁରେ ବିରାଟ ଘାଇ ହୋଇଛି ।

ଘାଇଟି ଘର ପାଖରେ ହୋଇଛି । ନିଜ ଘରକୁ ପାଣି ଦାଉରୁ ରକ୍ଷା କରିବା ପାଇଁ ପୁରା ପରିବାର ଲାଗି ପଡିଛନ୍ତି । ବାଲିବସ୍ତା, ଟିଣ ଓ କାଠପଟା ଦେଇ ଘରକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ ପାଣି ସ୍ରୋତ କିଛି ରଖୁନାହିଁ । ସବୁକୁ ଭସେଇ ନେଉଛି । ଫଳରେ ତେନ୍ତୁଳିଖମାର ଗ୍ରାମବାସୀ ଭୟଭିତ ଅବସ୍ଥାରେ ଅଛନ୍ତି । ଗତବର୍ଷ ବନ୍ୟାରେ ଏହି ସମାନ ସ୍ଥାନରେ ଘାଇ ହୋଇଥିଲା । ଜଳସମ୍ପଦ ବିଭାଗ ଅଧିକାରୀ ବନ୍ଧକୁ ନିର୍ମାଣ କରିବା ସତ୍ୱେ ପୁଣି ସେହି ସ୍ଥାନରେ ଘାଇ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe