କନକ ବ୍ୟୁରୋ: ଘର ପାଖକୁ ବନ୍ୟାପାଣି ଆସିଛି । ଜଗତସିଂହପୁରରେ ମହାନଦୀ ଓ ଦେବୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଜିଲ୍ଲାର କେତେକ ତଳିଆ ଅଂଚଳରେ ପାଣି ପଶିଛି । ଗତକାଲି ରାତିରେ ଜଳସ୍ତର ବୃଦ୍ଧି ପାଇଥିବାରୁ କୁଜଙ୍ଗ ବ୍ଲକ ଜିଲ୍ଲାନାସୀ ପଂଚାୟତର ତେନ୍ତୁଳିଖମାର ଗାଁରେ ବିରାଟ ଘାଇ ହୋଇଛି ।

Advertisment

ଘାଇଟି ଘର ପାଖରେ ହୋଇଛି । ନିଜ ଘରକୁ ପାଣି ଦାଉରୁ ରକ୍ଷା କରିବା ପାଇଁ ପୁରା ପରିବାର ଲାଗି ପଡିଛନ୍ତି । ବାଲିବସ୍ତା, ଟିଣ ଓ କାଠପଟା ଦେଇ ଘରକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ ପାଣି ସ୍ରୋତ କିଛି ରଖୁନାହିଁ । ସବୁକୁ ଭସେଇ ନେଉଛି । ଫଳରେ ତେନ୍ତୁଳିଖମାର ଗ୍ରାମବାସୀ ଭୟଭିତ ଅବସ୍ଥାରେ ଅଛନ୍ତି । ଗତବର୍ଷ ବନ୍ୟାରେ ଏହି ସମାନ ସ୍ଥାନରେ ଘାଇ ହୋଇଥିଲା । ଜଳସମ୍ପଦ ବିଭାଗ ଅଧିକାରୀ ବନ୍ଧକୁ ନିର୍ମାଣ କରିବା ସତ୍ୱେ ପୁଣି ସେହି ସ୍ଥାନରେ ଘାଇ ସୃଷ୍ଟି ହୋଇଛି ।