କନକବ୍ୟୁରୋ: ବୁଦ୍ଧିଜୀବୀ ଭୋଟ ଉପରେ ନେତାଙ୍କ ନଜର । କୋର୍ଟ ପରିସରରେ ନିର୍ବାଚନୀ ପ୍ରଚାର ବେଳେ ଓକିଲଙ୍କ ସହ କ୍ୟାରମ୍ ଖେଳିଲେ ନେତା । ବାରିପଦା ବିଧାନସଭା ଆସନର ନିର୍ବାଚନୀ ଫଳାଫଳ ସବୁ ବେଳେ ବୁଦ୍ଧିଜୀବୀଙ୍କ ନିର୍ଣ୍ଣୟ ଉପରେ ନିର୍ଭର କରି ଆସିଛି । ତେଣୁ ଆଜି ସକାଳ ୧୦ଟା ବେଳକୁ ବିଜେଡିର ନେତା କୋର୍ଟ ପରିସରରେ ପ୍ରଚାର କରିଛନ୍ତି । ଲୋକସଭା
ପ୍ରାର୍ଥୀ ସୁଦାମ ମାର୍ଣ୍ଡି ଓ ବିଧାନସଭା ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡି ମିଳିତ ଭାବେ ବାରିପଦା କୋର୍ଟ ପରିସରକୁ ଆସି ଜିଲ୍ଲା ଓକିଲ ସଂଘକୁ ଭେଟିବା ସହିତ ଭୋଟ୍ ଭିକ୍ଷା କରିଛନ୍ତି । ଓକିଲମାନଙ୍କ ସହିତ ଆଲୋଚନା ବେଳେ ଉଭୟେ ସଂଘର ବିଶ୍ରାମ କକ୍ଷରେ ସେମାନଙ୍କ ସହିତ କ୍ୟାରମ ମଧ୍ୟ ଖେଳିଛନ୍ତି । ନବୀନ ବାବୁଙ୍କ ବିକାଶ ଧାରାକୁ ବଜାୟ ରଖିବାକୁ ବୁଦ୍ଧିଜୀବୀମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ତେଣୁ ସମସ୍ତଙ୍କୁ ଏଥର ଡବଲ ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ଉଭୟ ପ୍ରାର୍ଥୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/05/22-23.jpg)