କନକ ବ୍ୟୁରୋ : ସମ୍ବଲପୁର ତେତେଲଖୁଂଟିରେ ୩୫ ଲକ୍ଷ ଲୁଟ ଘଟଣାରେ ୯ ଜଣଙ୍କୁ ଗିରଫ କରିଛି ପୁଲିସ । ସମ୍ବଲପୁର ୟୁନିୟନ ବ୍ୟାଙ୍କରୁ ଦେବଗଡ ଲଇମୁରା ୟୁନିୟନ ବ୍ୟାଙ୍କକୁ ଟଙ୍କା ଯାଉଥିବା ବେଳେ ୩୫ ଲକ୍ଷ ୪୧ ହଜାର ଟଙ୍କା ଲୁଟିନେଇଥିଲେ ଦୁର୍ବୃତ । ଘଟଣାରେ ୧୧ ଜଣ ସଂପୃକ୍ତ ଥିବା ବେଳେ ୯ଜଣ ଗିରଫ ହୋଇଛନ୍ତି, ୨ ଏବେ ବି ଫେରାର ଅଛନ୍ତି । ୬ ଜଣ ଦୁର୍ବୃତ୍ତ ୩ଟି ବାଇକରେ ଆସି ଜଙ୍ଗଲ ନିକଟରେ ବୋଲେରୋକୁ ଅଟକାଇ ବନ୍ଧୁକ ଦେଖାଇ ଟଙ୍କା ଲୁଟିନେଇଥିଲେ ।

Advertisment

ଲୁଟେରା ମାନେ ହେଉଛନ୍ତି  ସୁନ୍ଦରଗଡ, କେନ୍ଦ୍ରାପହା, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର । ଏମାନଙ୍କ ନିକଟରୁ ୧୦ ଲକ୍ଷ ଟଙ୍କା ଓ ଲୁଟ ପଇସାରେ କିଣାଯାଇଥିବା ୫ ଲକ୍ଷ ଟଙ୍କାର ସାମଗ୍ରୀକୁ ଜବତ କରିଛି ପୁଲଇସ । ଏହା ସହ ଲୁଟରେ ବ୍ୟବହୃତ ୫ଟି ବାଇକ,  ଓ ୮ଟି ମୋବାଇଲ ଫୋନ ଜବତ କରିଛି ପୁଲିସ ।ତେବେ କୋର୍ଟ ଚାଲାଣ ପରେ  ଏମାନଙ୍କୁ ୫ ଦିନିଆ ରିମାଣ୍ଡରେ ଅଣାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।