କନକ ବ୍ୟୁରୋ: କୋଟିଆ ପୋଷ୍ଟ ଅଫିସରେ ୩୦୦ ଚିଠି । ସଂଜୀବ ହୋତା, ଅନିଲ ଧୀର ଓ ଇନଟାକ ପକ୍ଷରୁ ପକାଯାଇଛି ଲଫାପା ଭରା ଚିଠି । ଆନ୍ଧ୍ର, ଓଡ଼ିଶା ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଥିବା ବ୍ୟକ୍ତି ବିଶେଷ, ସୁପ୍ରିମକୋର୍ଟ ଓକିଲ, ଆଟର୍ନି ଜେନେରାଲଙ୍କ ଭଳି ଲୋକଙ୍କ ପାଖକୁ ଯିବ ଏହି ଚିଠି । ଏହା ଦ୍ୱାରା ଓଡ଼ିଶା ପକ୍ଷରୁ ଆଉ ଏକ ବଳିଷ୍ଠ ପ୍ରମାଣ ଲାଗିବ ।
କୋଟିଆରେ ୫୦ ବର୍ଷ ହେଲା ଓଡ଼ିଶା ପୋଷ୍ଟ ଅଫିସ ରହିଛି । ତେଣୁ ଏହା ପ୍ରମାଣ କରୁଛି କୋଟିଆ ଓଡ଼ିଶାର । ଏହି ଚିଠିରେ କୋଟିଆ ଓଡ଼ିଶାର ବୋଲି ଲେଖା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/WhatsApp-Image-2023-05-27-at-3.16.30-PM-1.jpeg)