କନକ ବ୍ୟୁରୋ: କୋରାପୁଟ ଜିଲ୍ଲାରେ ଡରାଉଛି ହାଡଫୁଟି ରୋଗ । ଦୂଷିତ ପାନୀୟ ଜଳ ଯୋଗୁଁ ବ୍ୟାପୁଛି ହାଟଫୁଟି । ଜିଲ୍ଲାର ଦଶମନ୍ତପୁର ବ୍ଲକ ପଂଚଡାପଦର ଗାଁରେ ସାନପିଲାଠୁ ଆରମ୍ଭ କରି ବୟସ୍କ ଲୋକ ହାଡଫୁଟିର ଶିକାର ହେଉଛନ୍ତି । ପ୍ରଥମେ ଦେହରେ ଛୋଟ ଛୋଟ ହୋଇ ବାହାରୁଥିବା ବେଳେ ପରେ ବଡ ହୋଇ ଫାଟିଯାଉଛି । ଗାଁର ଅଧିକାଂଶ ଲୋକ ଆକ୍ରାନ୍ତ ହୋଇ ଅସୁସ୍ଥ ହେଉଥିବା କୁହାଯାଇଛି । ଅନ୍ୟପଟେ ଲୋକଙ୍କୁ ସଚେତନ କରିବା ସହ ଗାଁରେ ଥିବା ବିଭିନ୍ନ ଜଳାଶୟର ପାଣି ସଂଗ୍ରହ କରିଛି ମେଡିକାଲ ଟିମ୍ । ଲୋକଙ୍କୁ ଭୟଭୀତ ନହେବାକୁ କୁହାଯାଇଛି ।