କନକ ବ୍ୟୁରୋ : କୋରାପୁଟ ଜିଲ୍ଲାରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ କିଛି ଦିନ ସଂଖ୍ୟା ୧୦୦ ଉପରେ ରହୁଛି । ଗ୍ରୀନ ଜୋନ୍ ବ୍ସକର ସଂଖ୍ୟା କମିବାରେ ଲାଗିଛି । ଏବଂ ଆଗକୁ ଏହା ବଢିବା ନେଇ ଆଶଙ୍କା କରାଯାଉଛି । ରୋଗୀଙ୍କ ଚିକିତ୍ସା ପାଇଂ ଜିଲ୍ଲାରରେ କୋଭିଡ୍ ହସ୍ପିଟାଲରେ ସମୁଦାୟ ୨୨୦ ବେଡ୍ ରହିଛି । ତାହା ଭିତରୁ ସହିଦ୍ ଲକ୍ଷ୍ଣନ ନାୟକ ମେଡିକାଲ କଲେଜରେ ୭୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ରହିଛି ।
କିନ୍ତୁ ମେଡିକାଲ କଲେଜ୍ ହୋଇଥିଲେ ବି ଏଠାରେ ୧୫ ଟି ଭେଂଟିଲେଟର ପାଇଁ ବ୍ୟବସ୍ଥା ହୋଇଛି ଏବଂ ଆବଶ୍ୟକୀୟ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସଂଖ୍ୟା କମ ରହିଛି । ଅନ୍ୟ କେଉଁଠାରେ ଏତିକି ବି ବ୍ୟବସ୍ଥା ନଥିବାରୁ କୋରାପୁଟ ସମେତ ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଜିଲ୍ଲା ରୋଗୀ ରେଫର ହୋଇ ଏଠାକୁ ଆସିଥାଆନ୍ତି । ଏଣୁ ଆଗୁଆ ପଦକ୍ଷେପ ଭାବେ ଏହି କୋଭିଡ୍ ହସ୍ପିଟାଲ ବେଡ୍ ୭୦ରୁ ୧୫୦ କରିବାକୁ ଦାବୀ କରିଛନ୍ତି କୋରାପୁଟ ଜିଲ୍ଲା ବାସିନ୍ଦା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/kujyuhuk.jpg)