କନକ ବ୍ୟୁରୋ : ୨କୋଟିରୁ ଅଧିକା ଟଙ୍କାର ଗଜେଇ ଜବତ କଲା କୋରାପୁଟ ଲମତାପୁଟ ପୋଲିସ । ଏକ ୪ଶହ ୭ ଭ୍ୟାନରେ ହଜାରେ ୩୬ କିଲୋଗ୍ରାମର ଗଂଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢଉ କରି ଗଂଜେଇ ଗାଡ଼ି ଜବତ କରିଛି । ରାତିରେ ପୋଲିସ ପାଟ୍ରୋଲିଂ ବେଳେ ପୋଲିସ ଏହି ଗଂଜେଇ ବୋଝେଇ ଗାଡ଼ି ଜବତ କରିଛି । ପୋଲିସ ଗାଡ଼ିକୁ ଦେଖି ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିବା ବେଳେ ଗଂଜେଇ ଗାଡ଼ି ଧାରାପଡ଼ିଛି ।
ଗଂଜେଇ ଚାଲାଣକୁ ମୂଳତପାଟନ କରିବା ପାଇଁ କୋରାପୁଟ ପୋଲିସ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ପୋଲିସ ଜାଲରେ ପ୍ରତିଦିନ ଛୋଟବଡ଼ ଗଂଜଇ ଚାଲାଣ ଧରାପଡ଼ୁଥିବା ବେଳେ ଆଜି ଏକ ବଡ଼ ଗଂଜେଇ ଚାଲାଣ ଧରିବାରେ ସଫଳ ହୋଇଛି । ତେବେ ଏହି ଗଂଜେଇ ବିହାରକୁ ଚାଲାଣ ହେଉଥିବା ଜଣାପଡ଼ିଛି ।