ଟେନସନ ବଢାଇଲା ଖୋର୍ଦ୍ଧା–ଗଞ୍ଜାମ : ଖୋର୍ଦ୍ଧାରେ ଆଜି ୩୧୨ ସହ ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୩ ହଜାର ପାର, ଗଞ୍ଜାମରେ ସର୍ବାଧିକ ୮୫ ମୃତ

317

କନକ ବ୍ୟୁରୋ : ଆଜିର କରୋନା ମିଟରରେ ଚିନ୍ତା ବଢାଇଛି ଖୋର୍ଧା ଓ ଗଞ୍ଜାମ । ଖୋର୍ଧାରେ ୩୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରେ ୩୩୨ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସାମାନ୍ୟ ହ୍ରାସ ପାଇଛି । ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୫ ଶହ ଅତିକ୍ରମ କରିଛି । ଜିଲ୍ଲାରେ ବର୍ତମାନ ସୁଦ୍ଧା ୮୫ ଜଣ ପ୍ରାଣ ହରାଇଲେଣି । ଜିଲ୍ଲାରେ ବର୍ତମାନ ସୁଦ୍ଧା ପାଖାପାଖି ୫ ହଜାର ୯ ଶହ ୬୬ ସୁସ୍ଥ ହେଲେଣି । ସେହିଭଳି ଖୋର୍ଧାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୫ଶହ ୭୨ ହୋଇଥିବାବେଳେ ବର୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୧୯ ଜଣ । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ସୁସ୍ଥ ହୋଇଛନ୍ତି ୧୫ ଶହ ୪୮ ଜଣ ।

ରାଜ୍ୟରେ ପ୍ରଥମ ଥର ପାଇଁ କରୋନାରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣ  ଭୁବନେଶ୍ୱରର ଓ ସେ ପଜିଟିଭ ଚିହ୍ନଟ ପରେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ବି ଗଂଜାମ ଜିଲ୍ଲାରେ ସର୍ବାଧିକ ୩୩୨ ଓ ଖୋର୍ଦ୍ଧାରୁ ୩୧୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୮ ଜିଲ୍ଲାରେ ଆଉ ୧୨,୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସିତ ହେଉଥିବା ୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗଂଜାମର ୩ ଜଣ, ରାୟଗଡାର ୨ଜଣ, କଟକ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଭୁବନେଶ୍ୱରର ଜଣେ ୫ବର୍ଷ ବୟସ୍କ ଶିଶୁର ମୃତ୍ୟୁ ହୋଇଛି । ୧୨୧୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେନଟିନ ସେଂଟରରୁ ୭୫୩ ଓ ଲୋକାଲ କଂଟାକ୍ଟରୁ ୪୬୨ ଜଣ । ୧୨,୧୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ୧୦୭ରେ ପହଂଚିଛି । ଏବେ ୧୦ହଜାର ୫୪୪ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ୧୭ ହଜାର ୩୭୪ ଜଣ ସୁସ୍ଥ ହୋଇଛନ୍ତି ।