କେରଳରେ ବଡ ବ୍ୟବଧାନରେ ଆଗୁଆ ରହିଛି ଏଲଡିଏଫ । ପୁଣି ଫେରିବେ କି ପିନରାଇ ବିଜୟନ?

185

କନକ ବ୍ୟୁର: କେରଳରେ ଚାଲିଛି ବିଧାନସଭା ନିର୍ବାଚନର ଭୋଟ ଗଣତି । ଏଠାରେ ବାମଦଳର ଗଠବନ୍ଧନରେ ଏଲଡିଏଫ ଓ କଂଗ୍ରେସ ଗଠବନ୍ଧନରେ ୟୁଡିଏଫ ମଧ୍ୟରେ ଲଢେଇ ଚାଲିଛି । ବର୍ତ୍ତମାନ ପାଇଁ ୭୮ ଆସନରେ ଆଗୁଆ ଥିବା ବେଳେ ୟୁଡିଏଫ ୪୧ ପାଇଛି । ସେପଟେ ବିଜେପି ମାତ୍ର ଗୋଟିଏ ସିଟ ପାଇଛି । ତେବେ ଏଠାରେ ଏଲଡିଏଫ ୭୭ ସିଟ ପାଇ ଏକ ବଡ ବ୍ୟବଧାନି ସୃଷ୍ଟି କରିଛି ।

ପ୍ରତି ନିର୍ବାଚନରେ କେରଳରେ ସରକାର ପରିବର୍ତ୍ତନ ହୋଇଥାଏ । ଏଲଡିଏଫ ଓ ୟୁଡିଏଫ ଓ ଏଲଡିଏଫ ଏଠାରେ ପ୍ରତି ନିର୍ବାଚନ ବ୍ୟବଧାନରେ ସରକାର ଗଠନ କରନ୍ତି । ଏଥର ଯଦି ଏଲଡିଏଫ ବିଜୟ ଲାଭ କରେ ତେବେ ଲଗାତାର ଦ୍ୱିତୀୟ ଥର ପାଇଁ କେରଳରେ ସରକାର ଗଠନ କରିବ । ଆଉ ଏଠାରେ କେଉଁ ଦଳ ନିଜ ବିଜୟ ବାନା ଉଡାଇବ ତା ଉପରେ ରହିଛି ନଜର ।

ତେବେ ଇଣ୍ଡିଆ ଟୁଡେ ମଧ୍ୟ ସି ଭୋଟର ସର୍ଭେରେ ଏଲଡିଏଫ ୧୦୪ରୁ ୧୨୦ ସିଟ ପାଇବ ବୋଲି ଆକଳନ କରିଥିଲା । ସେହିପରି ୟୁଡିଏଫ ୨୦ରୁ ୩୬ ସିଟ ପାଇ ପରାଜିତ ହେବ ବୋଲି ସି ଭୋଟର ସର୍ଭେରେ ଆକଳନ କରାଯାଇଥିଲା । ସେପଟେ ବିଜେପିକୁ ୨ଟି ସିଟ ମିଳିପାରେ ବୋଲି କୁହାଯାଇଥିଲା । କେରଳରେ ମୋଟ ୧୪୦ଟି ଆସନରେ ନିର୍ବାଚନ ହୋଇଥିଲା ।