କନକ ବ୍ୟୁରୋ : ନନ୍ଦନକାନନରେ ୪ଟି ହାତୀର ଜୀବନ ଯିବା ପରେ ଏବେ କେନ୍ଦୁଝର ଜିଲ୍ଲା ଉପରସୁମଠ ଜଙ୍ଗଲରେ ଏକ ମାଈ ହାତୀ ଅସୁସ୍ଥ ହୋଇ ପଡିଥିବା ଦୃଶ୍ୟ ସାମ୍ନାକୁ ଆସିିଛି । ହାତୀଟି ଅସୁସ୍ଥ ହୋଇ ଜଙ୍ଗଲରେ ପଡ଼ି ଛଟପଟ ହେଉଛି । ଗତ ଦୁଇଦିନ ହେଲା ଏକ ୫ଟିକିଆ ହାତୀପଲ ସ୍ଥାନୀୟ ଅଂଚଳକୁ ପଶିଆସି ଧାନ ଖାଉଥିବାର ଦେଖିବାକୁ ମିିଳିଥିଲା । ତେବେ ସେହି ହାତୀ ମଧ୍ୟରୁ ଏକ ହାତୀ ଧାନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ ।
ବନବିଭାଗର ଏକ ଫ୍ଲାଇଂ ସ୍କ୍ୱାର୍ଡ଼ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ହାତୀର ଦେହରେ କୌଣସି କ୍ଷତ ଚିହ୍ନ ନଥିବାରୁ ଏହା ହରପିସ ଭୁତାଣୁ ଜନିତ ବୋଲି ଅନୁମାନ କରୁଛି ବନବିଭାଗ । ଏକ ପଶୁ ଡ଼ାକ୍ତର ଟିମ୍ ହାତୀର ଚିକିତ୍ସା ଆରମ୍ଭ କରିଛି । ତେବେ ହାତୀର ଅଧିକ ଚିକିତ୍ସା ପାଇଁ ଆଜି ଶିମିଳିପାଳରୁ ଏକ ଡ଼ାକ୍ତରୀ ଟିମ୍ ଘଟଣା ସ୍ଥଳକୁ ଗସ୍ତ କରିଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/vlcsnap-2019-09-29-11h40m38s209.png)