କେନ୍ଦୁଝରରେ ରାସ୍ତା ଉପରେ ହଠାତ ହୁତୁ ହୁତୁ ହୋଇ ଜଳିଗଲା କାର : ଅଳ୍ପକେ ବର୍ତ୍ତିଗଲେ ୩ ଯାତ୍ରୀ; ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ

Advertisment
କେନ୍ଦୁଝରରେ ରାସ୍ତା ଉପରେ ହଠାତ ହୁତୁ ହୁତୁ ହୋଇ ଜଳିଗଲା କାର : ଅଳ୍ପକେ ବର୍ତ୍ତିଗଲେ ୩ ଯାତ୍ରୀ; ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ

କନକ ବ୍ୟୁରୋ : କେନ୍ଦୁଝରରେ ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର । ଅଳ୍ପକେ ବର୍ତ୍ତିଗଲେ ଗାଡିରେ ଥିବା ୩ ଯାତ୍ରୀ । ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି । ସୂଚନା ଅନୁଯାୟୀ ଏକ ଚେଭେରୋଲେଟ୍ କାରରେ ତିନି ଜଣ ଲୋକ ଯାଉଥିବାବେଳେ କେନ୍ଦୁଝର ରାମଚନ୍ଦ୍ରପୁର ନିକଟରେ ହଠାତ୍ ଗାଡିର ଇଞ୍ଜିନରୁ ଧୂଆଁ ବାହାରିଥିଲା । ଗାଡିରୁ ଓହ୍ଲାଇବା ବେଳକୁ ଗାଡିଟି ସମ୍ପୂର୍ଣ୍ଣ ଜଳି ଉଠିଥିଲା । ଭୟରେ ସେମାନେ ଦୂରକୁ ପଳାଇଥିଲେ ।

ନିଆଁ ବଢ଼ିବା ସହ ଗାଡିର ଟାୟାର ଫାଟି ପ୍ରଚଣ୍ଡ ଶବ୍ଦ କରିବାରୁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ଗାଡି ଅଟକି ଯାଇଥିଲେ । କିଛି ସମୟ ପରେ ଦମକଳବାହିନୀ ପହଁଚି ନିଆଁକୁ ଆୟତ କରିଛନ୍ତି । ତେବେ ଏହି ସମୟରେ ଜଣେ ଯୁବକ ଭୟରେ ଦୌଡି ପଳାଇବା ସମୟରେ ସେ ଏକ ହାଇୱାରେ ପିଟି ହୋଇ ଗୁରୁତର ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe