କନକ ବ୍ୟୁରୋ: ସରକାର ଚାଷୀଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରୁଛନ୍ତି । ଜଳସେଚନର ସୁବିଧା ପାଇଁ ଉଠାଜଳସେଚନର ବ୍ୟବସ୍ଥା କରୁଛନ୍ତି । ହେଲେ ବର୍ତମାନ ସମୟରେ ଏମିତି ଅଞ୍ଚଳ ଅଛି ଯେଉଁଠି କେବଳ ବର୍ଷା ଜଳକୁ ଅପେକ୍ଷା କରି ଚାଷୀ ଚାଷ କରୁଛନ୍ତି । ଯଦି ବର୍ଷା ହୁଏ ତେବେ ଚାଷୀ କିଛି ଫସଲ ଅମଳ କରିଥାଏ । ଆଉ ଯଦି ବର୍ଷା ନହୁଏ ଚାଷୀଙ୍କ ବର୍ଷକର ପରିଶ୍ରମ ସର୍ବନାସ ହୋଇଥାଏ । ଏଭଳି ସମସ୍ୟା ଭୋଗୁଛନ୍ତି କେନ୍ଦ୍ରାପଡ଼ା ରାଜକନିକା ବ୍ଲକର ହାଟସାହି ପଞ୍ଚାୟତର ଚାଷୀ । ଖରିଫ ଚାଷ ଆରମ୍ଭ ସମୟରେ ଭଲ ବର୍ଷା ହେବାରୁ ଚାଷୀ ଧାର କରଜ କରି ଧାନ ଚାଷ କରିଥିଲେ । ହେଲେ ଧାନ ବିଲକୁ ଠିକ୍ ସମୟରେ ପାଣି ଆବଶ୍ୟକ ଥିବା ବେଳେ ଦୁଇ ମାସ ହେଲା ବର୍ଷା ନହେବାରୁ ପାଣି ଅଭାବରୁ ଅଗାଡ଼ି ହେଲାଣି ଧାନ ।

Advertisment

ଏହି ପଞ୍ଚାୟତର ପ୍ରାୟ ଏକ ହଜାର ହେକ୍ଟର ଚାଷ ଜମି ପାଣି ଅଭାବରୁ ଫାଟି ଅାଁ କରିଛି । ଉଠାଜଳସେଚନର ବ୍ୟବସ୍ଥା ନଥିବା ବେଳେ କେନାଲ ପାଣିର ବ୍ୟବସ୍ଥା ମଧ୍ୟ ନାହିଁ ତେଣୁ ଭଗବାନ ଭରସାରେ ଚାଷ କରୁଛନ୍ତି ଚାଷୀ । ତେଣୁ କିଭଳି ପରିବାର ପୋଷିବେ ତାକୁ ନେଇ ଚିନ୍ତାରେ ପଡ଼ଛନ୍ତି  ।