କନକ ବ୍ୟୁରୋ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଆୟକର ବିଭାଗର ରେଡ୍ । ଦୁଇ ଜଣ ଠିକାଦାରଙ୍କ ଘରୁ ମିଳିଲା ନଗଦ ୪୨ କୋଟି ଟଙ୍କା । ୨୩ଟି ପେଟିରେ ଭର୍ତି ହୋଇ ରହିଥିଲା ୫ ଶହ ଟଙ୍କିଆ ନୋଟ୍ । ବିଏସ୍ଆର ଇନ୍ଫ୍ରାଟେକ୍ ଏବଂ ଷ୍ଟାର ଇନ୍ଫ୍ରାଟେକ୍ ଠିକାଦାରୀ ସଂସ୍ଥାର ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢାଉ କରିଥିଲା । ରେଡ୍ ବେଳେ ବିପୁଳ ପରିମାଣର ଟଙ୍କା ସହ ଅନେକ କାଗଜପତ୍ର ଓ ଡିଜିଟାଲ ସାମଗ୍ରୀ ଜବତ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବରୁ ବିଜେପି ସରକାରଙ୍କ ବିରୋଧରେ ୪୦ ପ୍ରତିଶତ କମିସନ ଅଭିଯୋଗ ଆଣିଥିବା ଠିକାଦାର ଆର ଅମ୍ବିକାପତିଙ୍କ ଘରେ ଚଢାଉ କରାଯାଇ ନଗଦ ଟଙ୍କା ଜବତ କରାଯାଇଛି । ଠିକାଦାରମାନେ ଟିକସ ଫାଙ୍କି ଓ ମନି ଲଣ୍ଡରିଂ ମାମଲାରେ ସାମିଲ ଅଛନ୍ତି ।