ହଟହଟା ହେଲେ ପୋଲିଂ ପାର୍ଟି । କନ୍ଧମାଳରେ ପୋଲିଂ ସାରି ଫେରିବା ବେଳେ ପ୍ରବଳ ବର୍ଷାରୁ ଫସିଲେ ଟିମ

ବର୍ଷାରେ ହଟହଟା ହେଲେ ପୋଲିଂ ପାର୍ଟି

123

କନକ ବ୍ୟୁରୋ : ବର୍ଷାରେ ହଟାହଟ ହେଲେ ପୋଲିଂ ପାର୍ଟି । କନ୍ଧମାଳ ଜିଲ୍ଲାରେ ଗତକାଲି ଅପରାହ୍ନ ୪ ଟାରେ ମତଦାନ ଶେଷ ହୋଇଥିଲା । ଏହା ପରେ ଇଭିଏମ୍ ଓ ଭିଭିପାଟ୍ ନେଇ ଫୁଲବାଣୀ କଲେକ୍ସନ ଅଫିସରେ ପହଂଚିଲା ବେଳକୁ ପ୍ରବଳ ବର୍ଷା ହେଉଥିଲା । ଅସ୍ଥାୟୀ ଟେଂଟରେ ରହିଥିଲା ସମସ୍ତ ପୋଲିଂ ସାମଗ୍ରୀ । ତେବେ ପ୍ରଶାସନ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ଟେଂଟରୁ ପାଣି ଗଳୁଥିବାରୁ ହଟାହଟ ହୋଇଥିଲେ ପୋଲିଂ କର୍ମଚାରୀ । ପ୍ରସାଶନ ପକ୍ଷରୁ ଏପରି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି ।

କାରଣ ରାତି ତମାମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ପୋଲିଂ ଟିମ୍ । ବର୍ତମାନ ପାଣିରେ ଭିଜିଥିବା ଇଭିଏମ ଓ ଭିଭିପାଟରେ ଥିବା ଡାଟା ସୁରକ୍ଷିତ କି ନାହିଁ ସେନେଇ ଉଠିଛି ପ୍ରଶ୍ନ । ତେବେ ଏନେଇ ଖବର ମିଳିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ନିର୍ବାଚନ ସମୟରେ ଯେପରି ଭାବରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ  ଏଠାରେ କରାଯାଇଥିଲା କି ନାହିଁ ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ । କାରଣ ମାଓ ଇଲାକାରେ ପୁଲିଂ ପାର୍ଟି ଅସ୍ଥାୟୀ ଭାବରେ ନିର୍ମାଣ ହୋଇଥିବା ଟେଣ୍ଟ ତଳେ ରହିବା ଘଟଣା ପଦାକୁ ଆସିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବର୍ଷା ପାଣିରେ ଓଦା ହୋଇଥିବା ଇଭିଏମର ଅବସ୍ଥା କଣ ରହିଛି ତାହା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।