କନ୍ଧମାଳ ଜିଲ୍ଲାରେ ସବୁ ବ୍ୟାଙ୍କ ଆସନ୍ତା ୭ ଦିନ ପାଇଁ ବନ୍ଦ : ଜିଲ୍ଲାରେ କିଛି ବ୍ୟାଙ୍କ କର୍ମଚାରୀ ସଂକ୍ରମଣ ଚିହ୍ନଟ ପରେ ପଦକ୍ଷେପ । କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ।

ବନ୍ଦ ବେଳେ ହୋମ କ୍ୱାରେଣ୍ଟାଇନରେ ରହିବେ ସବୁ କର୍ମଚାରୀ

1,124

କନକ ବ୍ୟୁରୋ : ଫୁଲବାଣୀ ଜିଲ୍ଲାରେ ସପ୍ତାହେ ଯାଏଁ ସମସ୍ତ ବ୍ୟାଙ୍କ ବନ୍ଦ । ସପ୍ତାହରେ ଯାଏଁ ସଂଗରୋଧରେ ରହିବେ ବ୍ୟାଙ୍କ ଗୁଡିକର ସମସ୍ତ କର୍ମଚାରୀ । ଗୃହରେ ସଂଗରୋଧରେ ରହିବା ସମୟରେ କରୋନା କଟକଣାର ସମସ୍ତ ନିୟମକୁ ପାଳନ କରିବେ । ୭ ଦିନ ପରେ ବ୍ୟାଙ୍କ ଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଜାରି ରଖିବାକୁ କନ୍ଧମାଳ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ୭ ଦିନ ମଧ୍ୟରେ ଜିଲ୍ଲାରେ ଥିବା ସମସ୍ତ ବ୍ୟାଙ୍କ ଗୁଡିକୁ କରାଯିବ ସାନିଟାଇଜ୍ । ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ବଢୁଥିବାରୁ କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଏପରି ନିଷ୍ପତି ନେଇଛି କନ୍ଧମାଳ ଜିଲ୍ଲା ପ୍ରଶାସନ ।

ନିକଟ ଅତୀତରେ ଜିଲ୍ଳାର କିଛି ବ୍ୟାଙ୍କ୍‌ କର୍ମଚାରୀ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ୧ ସପ୍ତାହ ପାଇଁ ବ୍ୟାଙ୍କ୍‌ ବନ୍ଦ ରଖିବାକୁ କୁହାଯାଇଛି । ଖାଲି ସେତିକି ନୁହେଁ, ବ୍ୟାଙ୍କ୍‌ ବନ୍ଦ ସମୟରେ ଏଟିଏମ୍‌ରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ରଖିବା ପାଇଁ ସଂପୃକ୍ତ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କୁୁ ନିର୍ଦ୍ଦେଶ ଦିଆଯାଇଛି ।