କନକ ବ୍ୟୁରୋ: ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କଲେ ଛାତ୍ରଛାତ୍ରୀ, ଅଭିଭାବକ । ଢେଙ୍କାନାଳ ଜିଲା କାମାକ୍ଷାନଗର ଏନଏସି ପୁରୁଣା ରେକୁଳା ସରକାରୀ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ତାଲା ପକାଇ କରୁଛନ୍ତି ଆନ୍ଦୋଳନ । ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀ ପାଠପଢ଼ୁଥିବା ବେଳେ ଏଠାରେ ମାତ୍ର ୩ଜଣ ଶିକ୍ଷକ ଅଛନ୍ତି ଯାହାକୁ ନେଇ ପାଠପଢ଼ାରେ ଅସୁବିଧା ହେଉଛି । ପୂର୍ବରୁ ଏନେଇ ବିଦ୍ୟାଳୟ କମିଟି ବାରମ୍ବାର ଶିକ୍ଷା ବିଭାଗକୁ ଅବଗତ କରାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନାହିଁ ଯାହାକୁ ନେଇ ଆଜି ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।
କାମାକ୍ଷାନଗରରେ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କଲେ ଛାତ୍ରଛାତ୍ରୀ। ଶିକ୍ଷକ ନିଯୁକ୍ତି ଦାବିରେ ପ୍ରତିବାଦ।
/kanak/media/post_attachments/wp-content/uploads/2023/02/dhenkanal.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)