କାଳୀପୂଜାରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି: ସାତ ଦିନରେ ସପ୍ତମାତୃକା ବେଶରେ ଦେବେ ଦର୍ଶନ

119

କନକ ବ୍ୟୁରୋ: କାଳୀପୂଜାରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ହେବ ସ୍ୱତନ୍ତ୍ର ନୀତିକାନ୍ତି । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପା ହେଉଥିବା ବେଳେ ଅନ୍ୟ ସମସ୍ତ ଦିନ ଶାନ୍ତ ରୂପରେ ଦର୍ଶନ ଦେଇଥାନ୍ତି । ପ୍ରଥମ ଦିନରେ ଦେବମାତା, ଦ୍ୱିତୀୟ ଦିନରେ ମହାକାଳୀ, ପରେ ରାଜ ରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧତ୍ରୀ, ମହାସରସ୍ୱତୀ ଓ ଶେଷ ଦିନରେ ମହାଲକ୍ଷ୍ମୀ ବେରେ ଦର୍ଶନ ଦେବେ ମା’ । ଆଜିଠାରୁ ମା’ଙ୍କ ପୀଠରେ ସାତ ଦିନ ଧରି ମହାଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ । ମା’ଙ୍କ ବିଭିନ୍ନ ବେଶ ଦର୍ଶନ ପାଇଁ ପ୍ରତ୍ୟେକ ଦିନ ଭକ୍ତଙ୍କ ସମାଗମ ହୋଇଥାଏ ।