ଟିପିଏନଓଡିଏଲ ରିପୋର୍ଟ : ପରିଚାଳନା କ୍ଷେତ୍ରରେ ୨୦୨୩ ଜୁନ୍ ବିଦ୍ୟୁତ୍ ଚାହିଦା ୧୨୭୯ ମେଗାୱାଟ୍, ଗତବର୍ଷ ତୁଳନାରେ ୧୧% ଅଧିକ

Advertisment
ଟିପିଏନଓଡିଏଲ ରିପୋର୍ଟ : ପରିଚାଳନା କ୍ଷେତ୍ରରେ ୨୦୨୩ ଜୁନ୍ ବିଦ୍ୟୁତ୍ ଚାହିଦା ୧୨୭୯ ମେଗାୱାଟ୍, ଗତବର୍ଷ ତୁଳନାରେ ୧୧% ଅଧିକ

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ଣ ପ୍ରବାହ ପ୍ରଭାବରେ ଚଳିତ ବର୍ଷ ଟିପିଏନଓଡିଏଲ୍ର ପରିଚାଳନା କ୍ଷେତ୍ରରେ ବିଦ୍ୟୁତ ଚାହିଦା ଅସ୍ୱାଭାବିକ ସ୍ତରକୁ ବୃଦ୍ଧି ପାଇଛି । ଚଳିତ ବର୍ଷ ଜୁନରେ ବିଦ୍ୟୁତ ଚାହିଦା ୧୨୭୯ ମେଗାୱାଟକୁ ବୃଦ୍ଧି ପାଇଥିବା ଟିପିଏନଓଡିଏଲର ପରିଲକ୍ଷିତ ହୋଇଛି । ଯାହା ୨୦୨୨-୨୩ ଆର୍ଥିକ ବର୍ଷର ୧୧୫୪ ମେଗାୱାଟ୍ର ପିକ୍ ଡିମାଣ୍ଡ୍ (ଶୀର୍ଷ ଚାହିଦା) ତୁଳନାରେ ୧୦.୯୧% ଅଧିକ ।

ତାପମାତ୍ରାରେ ବୃଦ୍ଧି ପାଇଁ ଟିପିଏନଓଡିଏଲ୍ ପରିଚାଳନା କ୍ଷେତ୍ରରେ ବିଦ୍ୟୁତ ଚାହିଦାରେ ଏହି ବୃଦ୍ଧି ଘଟିିଥିବା ବେଳେ ଟିପିଏନଓଡିଏଲର ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ପିଏସସିସି) ସଂଗ୍ରହ କରିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଗତ ତିନିବର୍ଷ ଭିତରେ ୨୦୨୩ ସବୁଠୁ ଉତପ୍ତ ସାବ୍ୟସ୍ତ ହୋଇଛି । ଚଳିତ ବର୍ଷ ଜୁନ୍ ୧୪ରେ ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୬.୫ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଥିଲା । ସେହିପରି, ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ଅତ୍ୟଧିକ ତାପମାତ୍ରା ଅନୁଭୂତ ହେଉଛି । ଫଳରେ, ଟିପିଏନଓଡିଏଲ୍ ଅଂଚଳରେ କାଳବୈଶାଖୀ ଘଟଣାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ବାରମ୍ବାର ଘଟୁଥିବା ଓ ଅତ୍ୟଧିକ ତୀବ୍ରତାର ଏହି କାଳବୈଶାଖୀଗୁଡ଼ିକ ଦ୍ୱାରା ଟିପିଏନଓଡିଏଲ୍ର ଲାଇସେନ୍ସ ପ୍ରାପ୍ତ ଅଂଚଳର ବିଦ୍ୟୁତ ଭିତିଭୂମି ଗୁରୁତର ଭାବେ ପ୍ରଭାବିତ ହୋଇଛି ।

ଆହ୍ୱାନପୂର୍ଣ୍ଣ ଜଳବାୟୁ ସ୍ଥିତି ସତ୍ୱେ, ଟିପିଏନଓଡିଏଲ୍ର ଉତ୍ସର୍ଗୀକୃତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ, ଲାଇନମ୍ୟାନ୍ ଓ ଇଞ୍ଜିନିୟରମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ ଜାରି ରଖି ସମସ୍ତ ଗ୍ରାହକଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରୁଛନ୍ତି । ଉତରପଶ୍ଚିମା ଭାବେ ପରିଚିତ କାଳବୈଶାଖୀ ଘଟିବା ସମୟରେ ମଧ୍ୟ ଦୁର୍ଗମ ଅଂଚଳଗୁଡ଼ିକରେ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ସମୟରେ ସେମାନେ ଭାଙ୍ଗିପଡ଼ିଥିବା ଗଛ, ଉପୁଡ଼ିଯାଇଥିବା ବିଦ୍ୟୁତ ଖୁଂଟ, ଗୁଡ଼ାଇତୁଡ଼ାଇ ହୋଇଥିବା ବିଦ୍ୟୁତ ପ୍ରବାହିତ ତାର, ଦବି ଯାଇଥିବା ସଡ଼କ ଓ ଏଭଳିକି ଗ୍ରାହକମାନଙ୍କ ରୋଷ ଭଳି ଆହ୍ୱାନକୁ ସାମ୍ନା କରୁଛନ୍ତି ।

ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିବା ଏବଂ ଆହ୍ୱାନପୂର୍ଣ୍ଣ ସମୟରେ ମଧ୍ୟ ମୂଲ୍ୟବାନ ଗ୍ରାହକଙ୍କ ଆଶାକୁ ପୂରଣ କରି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଟିପିଏନ୍ଓଡିଏଲ୍ ପ୍ରତିବଦ୍ଧ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe