କନକ ବ୍ୟୁରୋ: ଜଟଣୀରେ ଦୁଃଖ ପାଲଟିଛି ଓଭରବ୍ରିଜ୍ । ଦୀର୍ଘ ଦିନର ଏହା ଜଟଣୀ ବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଛି । ରାଜନୀତି ଭିତରେ ଯେମିତି ଏହି ବ୍ରିଜ୍ ଅଧପନ୍ତରିଆ ହୋଇପଡ଼ି ରହିଛି । ଜଟଣୀବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଏହି ବ୍ରିଜ୍ । ବ୍ରିଜ୍ ପାଇଁ ଏବେ ଆରମ୍ଭ ହୋଇଯାଇଛି ରାଜନୀତି । ନାଗରିକ କମିଟି ପକ୍ଷରୁ ବ୍ରିଜ୍ ତଳେ ଦୁଇ ଦିନରେ ଆରମ୍ଭ ହୋଇଛି ଗଣଧାରଣା ଆଉ ଅନଶନ । ଯାହାକୁ ନେଇ ବିରୋଧୀଙ୍କ ମନ୍ତବ୍ୟ ଦେବା ବି ଆରମ୍ଭ ହୋଇଗଲାଣି । ଏହି ରାସ୍ତା ହେଉଛି ଏକମାତ୍ର ପୁରୀକୁ ଯିବାର ରାସ୍ତା । ହେଲେ ସାମାନ୍ୟ ବର୍ଷା ହେଲେ ଏହି ରାସ୍ତା ସମ୍ପୁର୍ଣ୍ଣ ବୁଡିଯାଏ । ଗାଡିମଟର ଚଳାଚଳ ତ ଦୂର କଥା ଯିବାଆସିବା ବି ସଠିକ୍ ଭାବେ ହୋଇପାରେନି । ଲୋକଙ୍କ ସମସ୍ୟା ନେଇ ଆରମ୍ଭ ହୋଇଥିଲା ଏହି ବ୍ରିଜ୍ କାମ । ହେଲେ ରାଜନୈତିକ ଟାଳଟୁଳ ନୀତି ଯୋଗୁ କାମ ଅଧାରେ ପଡି ରହିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ଜଟଣୀରେ ସ୍ୱପ୍ନ ପାଲଟିଛି ଓଭରବ୍ରିଜ। ଶ୍ରେୟ ରାଜନୀତି ଯୋଗୁ ଅଧପନ୍ତରିଆ ଭାବେ ବ୍ରିଜ୍ କାମ ପଡିଥିବା ଅଭିଯୋଗ।
/kanak/media/post_attachments/wp-content/uploads/2022/11/17-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)