ନିର୍ବାଚନ ଲଢ଼ିବେ କିନ୍ନର ପ୍ରାର୍ଥୀ । ଯାଜପୁର କୋରେଇ ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରିବେ କାଜଲ

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବା ପରେ ସାରା ଦେଶରେ ଏବେ ନିର୍ବାଚନ ମାହୋଲ ଦେଖିବାକୁ ମିଳିଛି । ତେବେ କେଉଁ ଆସନରେ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଯାଜପୁରରୁ ନିର୍ବାଚନ ଲଢ଼ିବେ କିନ୍ନର ପ୍ରାର୍ଥୀ । ଯାଜପୁର କୋରେଇ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ କାଜଲ କିନ୍ନର । ବହୁଜନ ସମାଜ ପାର୍ଟି ଟିକେଟରୁ କାଜଲ ନିର୍ବାଚନ ଲଢ଼ିବେ । ନାରୀ ଓ ପୁରୁଷ ସହ କିନ୍ନର ମଧ୍ୟ ପାଦ ମିଳାଇ ଚାଲିପାରିବେ ବୋଲି ସେ ନିର୍ବାଚନ ଲଢ଼ୁଥିବା କାଜଲ କହିଛନ୍ତି ।

publive-imageଓଡ଼ିଶାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି । ସେପଟେ କାଜଲଙ୍କୁ ବିଏସପି ଟିକେଟ ମିଳିବା ପରେ କିନ୍ନର ମହଲ ଏହାକୁ ସ୍ୱାଗତ କରିଛି । କାଜଲ ଦୀର୍ଘ ବର୍ଷ ହେଲା ଯାଜପୁରରେ ରହି ସମାଜସେବା କରିଆସୁଛନ୍ତି । ଅନ୍ୟପଟେ କାଜଲ ନିର୍ବାଚନ ଲଢ଼ିଲେ ସ୍ଥାନୀୟ ମହିଳା ତାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe