ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା: ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

Advertisment
ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା: ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

କନକ ବ୍ୟୁରୋ: ମହିଳାଙ୍କ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତେଜନା । ପରିବାର ନିୟୋଜନ ଅସ୍ତ୍ର ପ୍ରଚାର ପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ଜଗତସିଂହପୁର ଜିଲ୍ଲା ଏରସମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଏହି ଘଟଣା । ବଳେଇପୁର ପଂଚାୟତ ନାଳକଣି ଗାଁର ତ୍ରିଲୋଚନ ରାଉତଙ୍କ ପତ୍ନୀ ବିନ୍ଦୁଲତା ରାଉତ ଗତକାଲି ଏରସମା ମେଡ଼ିକାଲରେ ହେଉଥିବା ପରିବାର ନିୟୋଜନ କ୍ୟାମ୍ପକୁ ଅସ୍ତ୍ର ପ୍ରଚାର ପାଇଁ ଯାଇଥିଲେ ।

ଅପରେସନ ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା । ଡ଼ାକ୍ତରଙ୍କ ଅବହେଳା ପାଇଁ ମହିଳାଙ୍କ ଜୀବନ ଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତେଜନା ଦେଖାଦେଇଛି । । ଡ଼ାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକ ।

ସୂଚନା ମୁତାବକ, ବିନ୍ଦୁଲତା ରାଉତ ଗତକାଲି ଏରସମା ମେଡିକାଲରେ ହେଉଥିବା ପରିବାର ନିୟୋଜନ କ୍ୟାମ୍ପକୁ ଅ‌ସ୍ତ୍ରୋପ୍ରଚାର ପାଇଁ ଆସିଥିଲେ। ହେଲେ ୩୦ ଜଣଙ୍କ ପରେ ଶେଷରେ ତାଙ୍କର ନାମ ଡକା ଯାଇଥିଲା। ଅସ୍ତ୍ରୋପ୍ରଚାର ପାଇଁ  ଓଟି ଭିତରକୁ ଯାଇଥିଲେ ହେଲେ ଆଉ ଫେରି ପାରି ନଥିଲେ। ଡାକ୍ତରଙ୍କ ଅବହେଳା ପାଇଁ ଜଣେ ସୁସ୍ଥ ମହିଳାଙ୍କର ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଜଣେ ଅବସରପ୍ରାପ୍ତ ଡାକ୍ତର ପ୍ରତାପ ଦାସ କାହିଁକି ଅପରେସନ କରିଥିଲେ ବୋଲି ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ଏନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇବାସହ ଉକ୍ତ ଡ଼ାକ୍ତରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe