ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ସହ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସାକ୍ଷାତକାର । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା ।
କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଦେଇଥିବା ସାକ୍ଷାତକାର ଏବେ ଚର୍ଚ୍ଚାରେ । ଆଦାନୀ, ପୁଲୱାମା ପ୍ରସଙ୍ଗ ସମେତ ମଣିପୁର ହିଂସା କଥା ଉଠାଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ଉପ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ୨୦୨୪ ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ଯେଉଁଥିରେ ସେ କହିଛନ୍ତି, ଲେଖିକି ଦେଉଛନ୍ତି ତୃତୀୟ ଥର ପାଇଁ ମୋଦୀ ସରକାର କ୍ଷମତାରେ ବସିବେ ନାହିଁ । ପୁଲୱାମା ଆକ୍ରମଣ ପୂର୍ବରୁ ସିଆରପିଏଫ ଯବାନଙ୍କ ପାଇଁ ସେ ଗୃହମନ୍ତ୍ରାଳୟକୁ ଅନୁରୋଧ କରିଥିଲେ । କିନ୍ତୁ ଏହା ପ୍ରଥମେ ବିଳମ୍ବ ହୋଇଥିଲା ପରେ ଖାରଜ ହୋଇଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ସତ୍ୟପାଲ କହିଛନ୍ତି, ଆକ୍ରମଣ ଘଟଣା ପରେ ଏହି କଥା ନକହିବାକୁ ପ୍ରଧାନମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଥିଲେ ବୋଲି କହିଛନ୍ତି । ସେହିପରି ମଣିପୁର ହିଂସା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ।