କନକ ବ୍ୟୁରୋ: ଜାଇଡସ୍ କାଡିଲା କରୋନା ଭାଇରସ୍ ଟିକା ‘ଜାଇକଭ୍-ଡି’ର ଯୋଗାଣ ଆରମ୍ଭ କରିଛି । କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଓ ଚାହିଦା ମୁତାବକ ‘ଜାଇକଭ୍-ଡି’ ଟିକା ଯୋଗାଣ ଆରମ୍ଭ ହୋଇଛି । ‘ଜାଇକଭ୍-ଡି’ ହେଉଛି ଏକ ୩ ଡୋଜ୍ ବିଶିଷ୍ଟ କୋଭିଡ୍ ଟିକା । ପ୍ରତି ଡୋଜ୍ର ମୂଲ୍ୟ ୨୬୫ ଟଙ୍କା ରଖାଯାଇଛି । ଏହା ସହ ପ୍ରତି ଡୋଜ୍ ନେବା ପାଇଁ ଆପ୍ଲିକେଟରର ମୂଲ୍ୟ ୯୩ ଟଙ୍କା ରଖାଯାଇଛି । ତେଣୁ ପ୍ରତି ଡୋଜ୍ର ମୋଟ୍ ମୂଲ୍ୟ ୩୫୮ ଟଙ୍କା ପଡ଼ିବ ।
ଜାଇକଭ୍-ଡି’ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଦିଆଯିବ । ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଏହି ଟିକା ଦେବା ପାଇଁ ଡିସିଜିଆଇ ଅନୁମୋଦନ କରିଛି । ଏହି ଟିକାର ପ୍ରଥମ ଡୋଜ୍ ଦେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଏବଂ ୫୬ ଦିନ ପରେ ତୃତୀୟ ଡୋଜ୍ ଦିଆଯିବ । ଜାଇଡସ୍ କାଡିଲା ଏହାର ଟିକାକୁ ୨୮ ହଜାର ସ୍ୱେଚ୍ଛାସେବୀଙ୍କଠାରେ ପରୀକ୍ଷା କରିଛି । କମ୍ପାନୀର କହିବା ଅନୁସାରେ ଏହି ଟିକା କରୋନା ଭାଇରସ୍ ବିରୋଧରେ ୬୬ ଦଶମିକ ୬୦ ପ୍ରତିଶତ ପ୍ରଭାବଶାଳୀ । ଏହାକୁ ୨ରୁ ୮ଡିଗ୍ରୀ ତାପମାତ୍ରାରେ ଗଚ୍ଛିତ କରାଯାଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/zycov-d-zydus-vaccine-pacl.jpg)