କନକ ବ୍ୟୁରୋ : କରୋନାର ନୂଆ ଷ୍ଟ୍ରେନ ଭିତରେ ଭଲ ଖବର । ଭାରତରେ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି । ବିଶେଷଜ୍ଞ କମିଟି ଦେଲେ ଟିକାକୁ ଅନୁମତି । ସିରମ ଇନଷ୍ଟିଚ୍ୟୁଟର କରୋନା ଟୀକାକୁ ସବଜେକ୍ଟ ଏକ୍ସପର୍ଟ କମିଟିର ଅନୁମତି ମିଳିଛି । ପ୍ରଥମ କୋଭିଡ ଟିକା ଭାବେ ଦେଶରେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ନିର୍ମିତ ଟିକାକୁ ଅନୁମତି ଦିଆଯାଇଛି ।
ଅକ୍ସଫୋର୍ଡ ଟିକାର ଭାରତୀୟ ନାଁ ହେଉଛି ‘କୋଭିସଲ୍ଡ’ । ଟିକାର ଦୁଇଟି ଡୋଜର ଜାମ ୪୪୦ ଟଙ୍କା ରହିପାରେ । ୫ କୋଟି ଟିକା ପ୍ରସ୍ତୁତ ହୋଇ ଗଚ୍ଛିତ ରହିଛି ବୋଲି ତଥ୍ୟ ମିଳିଛି । ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଓ ଆଷ୍ଟ୍ରାଜେନିକା କମ୍ପାନୀ ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/8-1.jpg)