ରେକର୍ଡ କଲା ରିଲାଏନ୍ସ ଜିଓ । ୩ ବର୍ଷ ମଧ୍ୟରେ ଭୋଡାଫୋନ ଓ ଆଇଡିଆକୁ ପଛରେ ପକାଇ ଦେଶର ସର୍ବବୃହତ ଟେଲିକମ୍ କମ୍ପାନି ପାଲଟିଲା ଜିଓ ।

Advertisment
ରେକର୍ଡ କଲା ରିଲାଏନ୍ସ ଜିଓ । ୩ ବର୍ଷ ମଧ୍ୟରେ ଭୋଡାଫୋନ ଓ ଆଇଡିଆକୁ ପଛରେ ପକାଇ ଦେଶର ସର୍ବବୃହତ ଟେଲିକମ୍ କମ୍ପାନି ପାଲଟିଲା ଜିଓ ।

କନକ ବ୍ୟୁରୋ : ଦେଶର ସର୍ବବୃହତ୍ ଟେଲିକମ୍ପ କମ୍ପାନି ଭାବେ ନୂଆ ରେକର୍ଡ କଲା ରିଲାଏନ୍ସ ଜିଓ । ଟେଲିକମ ସେକ୍ଟରରେ ପାଦ ଦେବାର ତିନି ବର୍ଷରୁ କମ୍ ସମୟ ମଧ୍ୟରେ ରିଲାଏନ୍ସ ଜିଓ ୩୩୧.୩ ନିୟୁତ ବା ୩୩.୧୩ କୋଟି ଗ୍ରାହକ ହାସଲ କରିବା ସହ ଭୋଡ଼ାଫୋନ ଆଇଡିଆକୁ ପଛରେ ପକାଇ ଦେଶର ସର୍ବବୃହତ୍ ଟେଲିକମ୍ କମ୍ପାନୀ ହେବାର ଗୌରବ ହାସଲ କରିଛି ।

publive-imageଜୁନ୍ ୨୦୧୯ ଶେଷ ସୁଦ୍ଧା ଭୋଡ଼ାଫୋନର ଗ୍ରାହକ ସଂଖ୍ୟା ହ୍ରାସ ପାଇ ୩୨ କୋଟିରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଥିବା ତ୍ରୈୟମାସିକ ଆର୍ଥିକ ଫଳାଫଳରେ ପ୍ରକାଶ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ରିଲାଏନ୍ସ ଜିଓ ପକ୍ଷରୁ ଜୁନ ତ୍ରୟମାସ ପାଇଁ ଘୋଷିତ ଆର୍ଥିକ ଫଳାଫଳରେ ଜୁନ ଶେଷ ସୁଦ୍ଧା କମ୍ପାନୀର ମୋବାଇଲ ଗ୍ରାହକ ସଂଖ୍ୟାରେ ବୃଦ୍ଧି ଘଟି ୩୩.୧୩ରେ ପହଞ୍ଚିଥିବା ସୂଚିତ କରାଯାଇଥିଲା । ଏଥି ପୂର୍ବରୁ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ମେ ୨୦୧୯ ପାଇଁ ପ୍ରକାଶିତ ମୋବାଇଲ୍ ଗ୍ରାହକ ସୂଚନା ଆଧାରରେ ରିଲାଏନ୍ସ ଜିଓ ଭାରତୀ ଏୟାରଟେଲକୁ ପଛରେ ପକାଇ ଗ୍ରାହକ ସଂଖ୍ୟାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe