ଭାରତରେ ବନ୍ଦ ରହିଲା ଅକ୍ସଫୋର୍ଡ ଟିକାର ପରୀକ୍ଷଣ । ଟୁଇଟ କରି ସୂଚନା ଦେଲା ସେରମ ଇନଷ୍ଟିଚ୍ୟୁଟ : ଅଷ୍ଟ୍ରାଜେନିକା ଟିକାର ପୁନଃ ପରୀକ୍ଷଣ ପାଇଁ ଡିିସିଜିଆଇର ନିର୍ଦ୍ଦେଶକୁ ଅପେକ୍ଷା

448

କନକ ବ୍ୟୁରୋ : ଭାରତରେ ବନ୍ଦ ରହିଲା କରୋନା ଟିକା ପରୀକ୍ଷଣ । ପରୀକ୍ଷଣ ବନ୍ଦ ନେଇ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସୂଚନା । ଆଷ୍ଟ୍ରାଜେନିକା ଟିକା ପ୍ରସ୍ତୁତିରେ ସାମିଲ ଅଛି ସେରମ୍ । ଊଉଏଓର ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ନିଆଯିବ ପଦକ୍ଷେପ । ଭାରତରେ ବନ୍ଦ ରହିଲା ଅକ୍ସଫୋର୍ଡ ଟିକାର ପରୀକ୍ଷଣ । କରୋନା ମୁକାବିଲା ନେଇ ଅକ୍ସଫୋର୍ଡ ଟିକା ଉପରେ ବାନ୍ଧି ଥିବା ଆଶା ଉପରେ ଲାଗିଛି ଶକ୍ତ ଝଟକା । ଆଜି ଟୁଇଟ କରି ଏହି ସୂଚନା ଦେଇଛି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ଅକ୍ସଫୋର୍ଟ ସହ କରୋନା ଟିକା ପ୍ରସ୍ତୁତିରେ ସାମିଲ ରହିଛି ସେରମ ଇନଷ୍ଟିଚ୍ୟୁଟ । ଗତକାଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଅକ୍ସଫୋର୍ଡ ଟିକା ଅଷ୍ଟ୍ରାଜେନିକା ନେଇ ବ୍ରିଟେନର ଜଣେ ନାଗରିକ ଅସୁସ୍ଥ ହୋଇଥିଲେ । ଏହାପରେ ଭାରତରେ କରୋନା ଟିକାର ପରୀ କ୍ଷଣକୁ ସାମୟିକ ସ୍ଥଗିତ ରଖାଯାଇଥିବା ଖବର ଆସିଥିଲା । ହେଲେ ଆଜି ସେରମ ଇନଷ୍ଟିଚ୍ୟୁଟ ଟୁଇଟ କରେ ଭାରତରେ କୋଭିଡ ଟିକାର ପରୀକ୍ଷଣକୁ ବନ୍ଦ ରଖିଥିବା ସୂଚନା ଦେଇଛି । ତେବେ ଅଷ୍ଟ୍ରାଜେନିକା ଟିକାର ପୁନଃ ପରୀକ୍ଷଣ ପାଇଁ ଡିିସିଜିଆଇର ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଥିବା ସ୍ପଷ୍ଟ କରିଛି ସେରମ ଇନଷ୍ଟିଚ୍ୟୁଟ ।

ତେବେ ପୂର୍ବରୁ କରୋନା ଟୀକାର ପରୀକ୍ଷଣ ଭାରତରେ ଚାଲିବ ବୋଲି ନିଶ୍ଚତି ହୋଇଥିଲା  ।  ଭାରତର ଡ୍ରଗ୍ସ କଂଟ୍ରୋଲର ଜେନେରାଲ ସେରମ୍ ଇନଷ୍ଟିଚ୍ୟୁଟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ରୋଗୀଙ୍କ ସୁରକ୍ଷା ନିଶ୍ଚିନ୍ତ ନ ହେବା ପର୍ଯ୍ୟନ୍ତ କାହିଁକି ଭାରତରେ ମାନବ ପରୀକ୍ଷଣ ପାଇଁ ଦିଆଯାଇଥିବା ଅନୁମତିକୁ ସ୍ଥଗିତ ରଖାନଯିବ, ଏନେଇ ସେରମ୍ ଇନଷ୍ଟିଚ୍ୟୁଟକୁ ନୋଟିସ ଜାରି କରିଛନ୍ତି ଡିସିଜିଆଇ ଡକ୍ଟର ଭିଜି ସୋମାନି । ବିଟ୍ରେନରେ ଜଣେ ଟିକା ନେଇଥିବା ସ୍ୱେଚ୍ଛାସେବୀ ଅସୁସ୍ଥ ହୋଇ ପଡିଥିବାରୁ କ୍ଲିନିକାଲ୍ ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି । ବିଟ୍ରେନ, ଆମେରିକା, ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକାରେ ଶେଷ ପର୍ଯ୍ୟାୟ ପରୀକ୍ଷଣକୁ ସ୍ଥଗିତ ରଖିଛି ଆଷ୍ଟ୍ରା-ଜେନିକା । ଏନେଇ ସେରମ୍ ଇନଷ୍ଟିଚ୍ୟୁଟ କାହିଁକି ସୂଚନା ଦେଇନାହିଁ ବୋଲି ପ୍ରଶ୍ନ କରିଛି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ।

ନୋଟିସରେ କୁହାଯାଇଛି, ରୋଗୀଙ୍କ ସୁରକ୍ଷା ନିଶ୍ଚିନ୍ତ ନ ହେବା ପର୍ଯ୍ୟନ୍ତ ଅଗଷ୍ଟ ୨ରେ ଦିଆ ଯାଇଥିବା ଅନୁମତିକୁ କାହିଁକି ସ୍ଥଗିତ ରଖାନଯିବ । ଏନେଇ ତୁରନ୍ତ ଜବାବ ଦେବାକୁ ସେରମ୍ ଇନଷ୍ଟିଚ୍ୟୁଟକୁ କହିଛି ଡିସିଜିଆଇ । ତେବେ ବ୍ରିଟେନରେ ଶେଷ ପର୍ଯ୍ୟାୟରେ ପରୀକ୍ଷଣ ଚାଲିଥିବା ବେଳେ ପରୀକ୍ଷଣକୁ ସ୍ଥଗିତ ରଖିଛି ଆଷ୍ଟ୍ରାଜେନିକା । ପରୀକ୍ଷଣରେ ସାମିଲ ହୋଇଥିବା ଜଣେ ବ୍ୟକ୍ତି ଟିକା ନେବା ପରେ ଅସୁସ୍ଥ ହୋଇ ପଡିବାରୁ ସ୍ଥଗିତ ରଖାଯାଇଛି ପରୀକ୍ଷଣ ।