ଭାରତରେ ଅଧା କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ଆଶା ବଢ଼ାଇଲା ଋଷିଆ ଟିକା : ୧୦ କୋଟି ଟିକା ବିକ୍ରି କରିବା ପାଇଁ ଡକ୍ଟର ରେଡ୍ଡି ଲାବୋରୋଟାରୀ ସହ ବୁଝାମଣା

205

କନକ ବ୍ୟୁରୋ : ମସ୍କୋ ଟାଇମ୍ସରେ ପ୍ରକାଶିତ ରିପୋର୍ଟ । ରୁଷିଆର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାସ୍କୋ କହିଛନ୍ତି, ଟିକା ନେଇଥିବା ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ୧୪ ପ୍ରତିଶତଙ୍କ ଠାରେ ମାଂସପେଶୀ ଯନ୍ତ୍ରଣା, ଦୁର୍ବଳତା ଓ ସାମୟିକ ଭାବେ ଶରୀରର ତାପମାତ୍ରା ବୃଦ୍ଧି ପାଉଥିବା ଦେଖାଦେଉଛି । ତେବେ ୨୪ ଘଂଟା ପରେ ସେମାନେ ସୁସ୍ଥ ହେଉଛନ୍ତି ।

ଅନେକ ବାଦ-ବିବାଦ ସତ୍ୱେ ଗୋଟିଏ ପଟେ ପରୀକ୍ଷଣ, ଅନ୍ୟପଟେ ସମ୍ବେଦନଶୀଳ ଗୋଷ୍ଠୀକୁ ଟିକା ଦେବା ପ୍ରକ୍ରିୟା ଚାଲୁ ରଖିଛି ରୁଷ । ବିଦେଶରେ ଏହି ଟିକା ବିକ୍ରି ପାଇଁ ଉଦ୍ୟମ କରୁଛି ରୁଷ । ମେକ୍ସିକୋ, ବ୍ରାଜିଲ୍ ଓ କାଜାଖସ୍ଥାନ ସହ ରୁଷିଆର ବୁଝାମଣା ସରିଥିବା ବେଳେ ରୁଷିଆ ଆଖି ରହିଛି ଭାରତ ଉପରେ ।

ଭାରତକୁ ୧୦ କୋଟି ଟିକା ବିକିବ ରୁଷିଆ
ଡକ୍ଟର ରେଡି ଲାବୋରେଟୋରି ସହ ବୁଝାମଣା

ବୁଧବାର ଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ଛୁଇଁଥିବା ବେଳେ କେବେ କରୋନା ଟିକା ଆସିବ, କେବେ ହୁ ହୁ ହୋଇ ବଢୁଥିବା ସଂକ୍ରମଣ ଉପରେ ବ୍ରେକ୍ ଲାଗିବ, ଏ ନେଇ ଚିନ୍ତା ବଢିବାରେ ଲାଗିଛି । ଅକ୍ସଫୋର୍ଡ ଟିକା ପରୀକ୍ଷଣରେ ସାମୟିକ ସମସ୍ୟା ଦେଖା ଦେବା ପରେ ସମସ୍ତଙ୍କ ନଜର ରୁଷିଆ ଟିକା ସ୍ପୁଟନିକ୍-ଭି ଉପରେ । ଆଉ ଏହାରି ଭିତରେ ଭାରତକୁ ୧୦ କୋଟି ଟିକା ବିକିବାକୁ ରାଜି ହୋଇଛି ରୁଷିଆ ।

ଡକ୍ଟର ରେଡିଜ୍ ଲାବୋରେଟୋରିଜ୍ ସହ ଏ ନେଇ ବୁଝାମଣା କରିଛି ରୁଷିଆନ୍ ଡାଇରେକ୍ଟ ଇନଭେଷ୍ଟମେଂଟ ଫଣ୍ଡ । ୩୦ କୋଟି ଟିକା ବନାଇବାକୁ ଭାରତର ଅନ୍ୟତମ ବଡ଼ ଫାର୍ମା କଂପାନୀ ଡକ୍ଟର ରେଡିଜ୍ ଲାବୋରେଟୋରିଜ୍ ସହ ବୁଝାମଣା କରାଯାଇଛି । ଭାରତରେ ‘ସ୍ପୁଟନିକ୍-ଭି’ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଛି ଡକ୍ଟର ରେଡିଜ୍ ଲାବୋରେଟୋରିଜ୍ । ଅପେକ୍ଷା ରହିଛି କେବେ ଭାରତରେ ଏଥିପାଇଁ ଅନୁମତି ମିଳିବ । ଯଦି ଭାରତ ସରକାର ଏହି ଟିକାକୁ ପଂଜିକୃତ କରନ୍ତି, ତେବେ ୨୦୨୦ ଶେଷ ସୁଦ୍ଧା ଏହା ଉପଲବ୍ଧ ହେବ ବୋଲି କୁହାଯାଉଛି ।