ଦୀର୍ଘ ୩ ବର୍ଷ ପରେ ରିଲାଏନ୍ସ ଜିଓ ହେଲା ଭାରତର ସବୁଠାରୁ ବଡ ଦୂରସଂଚାର କମ୍ପାନୀ

886

କନକ ବ୍ୟୁରୋ : ତିନି ବର୍ଷ ପରେ ରିଲାଏନ୍ସ ଜିଓ ହେଲା ଭାରତର ସବୁଠାରୁ ବଡ ଦୂରସଂଚାର କଂପାନୀ । ଟ୍ରାଇ ଦ୍ୱାରା ୨୦୧୯ ଜାରି କରାଯାଇଥିବା ତାଲିକାର ଶୀର୍ଷରେ ରହିଛି ରିଲାଏନ୍ସ ଜିଓ । ଦ୍ୱିତୀୟ ସ୍ଥାନରେ ଏୟାରଟେଲ ଥିବା ବେଳେ ତୃତୀୟ ସ୍ଥାନକୁ ଖସିଆସିଛି ଭୋଡାଫୋନ ଆଇଡିଆ । ରିପୋର୍ଟ ଅନୁସାରେ ନଭେମ୍ବର ୨୦୧୯ରେ ରିଲାଏନ୍ସ ଜିଓର ମାର୍କେଟିଙ୍ଗ ସେୟାର ଥିଲା ୩୨.୦୪ ପ୍ରତିଶତ । ନଭେମ୍ବରରେ ଜିଓ ୫୬ ଲକ୍ଷ ନୂଆ ଗ୍ରାହକକୁ ନିଜ ସହ ଯୋଡିଥିବା ସୂଚନା ମିଳିଛି ।

ଭାରତୀୟ ଏୟାରଟେଲର ମାର୍କେଟିଙ୍ଗ ସେୟାର ୨୮.୩୫ ପ୍ରତିଶତ ଓ ଭୋଡାଫୋନ ଆଇଡିଆ ମାର୍କେଟିଙ୍ଗ ସେୟାର ୨୯.୧୨ ପ୍ରତିଶତ ଥିବା ଟ୍ରାଇ ରିପୋର୍ଟ କହୁଛି । ସେହିପରି ନଭେମ୍ବର ମାସରେ ଭୋଡାଫୋନକୁ ଅକ୍ଟୋବର ମାସ ତୁଳନାରେ ୩ ଦଶମିକ ୬୪ କୋଟି ଗ୍ରାହକ ଛାଡିଥିଲେ । ଯାହା ଯୋଗୁଁ ଭୋଡାଫୋନକୁ ମାର୍କେଟ ସେୟାରରେ ୯ ଦଶମିକ ୭ ପ୍ରତିଶତର କ୍ଷତି ଉଠାଇବାକୁ ପଡିଛି । ଏପଟେ ଏୟାରଟେଲ ୱାୟରଲେସ କେଟାଗୋରୀରେ ୧୬ ଲକ୍ଷ ନୂଆ ଗ୍ରାହକକୁ ନିଜ ନେଟୱାର୍କ ସହ ଯୋଡିପାରିଛି । ଅକ୍ଟୋବର ୨୦୧୯ରେ ଏୟାରଟେଲକୁ ୮ ହଜାର ୮୩୦ କୋଟି ଗ୍ରାହକ ଛାଡିଥିବା ସୂଚନା ମିଳିଛି ।