୧୫ ରୁ ଆରମ୍ଭ ହେବ କି ବିମାନ ସେବା ?ଆରମ୍ଭ ହେଲାଣି ବୁକିଂ, ଲକ ଡାଉନ ଘୁଂଚିଲେ ପରବର୍ତୀ ତାରିଖକୁ ଘୁଂଚାଇ ହେବ ଟିକେଟ୍

୧୫ ରୁ ଆରମ୍ଭ ହେବ କି ବିମାନ ସେବା ?ଆରମ୍ଭ ହେଲାଣି ବୁକିଂ, ଲକ ଡାଉନ ଘୁଂଚିଲେ ପରବର୍ତୀ ତାରିଖକୁ ଘୁଂଚାଇ ହେବ ଟିକେଟ୍

କନକ ବ୍ୟୁରୋ : ସାରା ଦେଶରେ ଲକ୍‌ଡାଉନ୍ ଯୋଗୁଁ ବିମାନ, ରେଳ ଚଳାଚଳ ବନ୍ଦ ହୋଇଯାଇଥିବା ବେଳେ ଆସନ୍ତା ୧୫ତାରିଖରୁ ବିମାନ ଚଳାଚଳ ସ୍ବାଭାବିକ ହେବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ଡିଜିସିଏ ସବୁଜ ସଂକେତ ଦେବା ପରେ ବିଭିନ୍ନ ବିମାନ କମ୍ପାନି ଟିକେଟ ବୁକିଂ ଆରମ୍ଭ କରିଦେଇଛନ୍ତି। ବିମାନ କମ୍ପାନିଗୁଡ଼ିକ ଯାତ୍ରୀଙ୍କ ପାଇଁ ଅପ୍ସନ୍ ବି ରଖିଛନ୍ତି ଯଦି ଲକ୍‌ଡାଉନ୍ ଘୁଞ୍ଚେ ତେବେ ପରବର୍ତ୍ତୀ ତାରିଖକୁ ଟିକେଟ୍ ଘୁଞ୍ଚାଇ ହେବ। କିନ୍ତୁ ଯାତ୍ରୀ ଅର୍ଥ ଫେରସ୍ତ ପାଇବାକୁ ଚାହିଁଲେ ପୂର୍ବ ଭଳି ଅର୍ଥ କଟିପାରେ।

ଲକ୍‌ଡାଉନ୍ ପାଇଁ ଡିଜିସିଏ ମାର୍ଚ୍ଚ ୨୨ରୁ ୨୯ତାରିଖ ପର୍ଯ୍ୟନ୍ତ ଦେଶରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କରିଥିବାବେଳେ ମାର୍ଚ୍ଚ ୨୫ରୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ଘରୋଇ ବିମାନ ଉଡ଼ାଣ ବନ୍ଦ ରଖିଥିଲା। ହେଲେ ସାରା ଦେଶରେ ଏପ୍ରିଲ ୧୪ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା ହେବାପରେ ଡିଜିସିଏ ବିମାନ ଚଳାଚଳ ଏପ୍ରିଲ ୧୪ ପର୍ଯ୍ୟନ୍ତ ବନ୍ଦ କରିଦେଇଥିଲା। କେବଳ କାର୍ଗୋ ବିମାନ ଏବେ ଚଳାଚଳ କରୁଛି। ଡିଜିସିଏ ବିଜ୍ଞପ୍ତି ଜାରି କରିବା ପରେ ବିମାନ କମ୍ପାନି ମାନେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି।

ଅପରପକ୍ଷେ ଏପ୍ରିଲ ୧୫ରୁ ସମସ୍ତ ବିମାନ ସେବା ସ୍ବାଭାବିକ ହେବ ବୋଲି କୁହାଯିବା ପରେ ଏପ୍ରିଲ ୧୪ତାରିଖ ରାତି ୧୨ଟା ପରେ ବିମାନ ଯାତ୍ରା ପାଇଁ ୱେବସାଇଟରେ ଦେଇଛନ୍ତି। ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦରକୁ ଆସିବାକୁ ଥିବା ସମସ୍ତ ବିମାନ ପାଇଁ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। ବିଭିନ୍ନ କମ୍ପାନି ଭିନ୍ନ ଭିନ୍ନ ସର୍ତ୍ତ ରଖିଥିବାବେଳେ ଲୋକମାନେ କିନ୍ତୁ ଭାବିଚିନ୍ତି ବୁକିଂ କରୁଛନ୍ତି। ଏକ ବିମାନ କମ୍ପାନିର ଅଧିକାରୀଙ୍କ ସୂଚନା ଅନୁଯାୟୀ, ସପ୍ତାହେ ହେଲା ଆମେ ଟିକେଟ୍ ବୁକିଂ ଆରମ୍ଭ କରିଥିଲେ ହେଁ ଏପ୍ରିଲ ୧୫ରୁ ୩୦ ମଧ୍ୟରେ ବହୁତ କମ୍‌ ବୁକିଂ ହୋଇଛି। ମେ ୧ ପରଠାରୁ ଅଧିକ ବୁକିଂ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe