ଦେଶରେ କମୁଛି କରୋନା ସଂକ୍ରମଣ ସଂଖ୍ୟା । ବିଗତ ୫ ସପ୍ତାହ ଧରି କ୍ରମାଗତ ଭାବେ କମୁଛି ସଂକ୍ରମଣ : ୯ ଲକ୍ଷ ତଳେ ସକ୍ରିୟ ସଂଖ୍ୟା

292

କନକ ବ୍ୟୁରୋ : ଦେଶରେ କମୁଛି କରୋନା ସଂକ୍ରମଣ ସଂଖ୍ୟା । ବିଗତ ୫ ସପ୍ତାହ ଧରି କ୍ରମାଗତ ଭାବେ କମୁଛି ସଂକ୍ରମଣ । ବର୍ତମାନ ଦେଶରେ ୯ ଲକ୍ଷ ତଳେ ସକ୍ରିୟ କରୋନା ସଂକ୍ରମଣ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳୟ ପକ୍ଷରୁ କୁହାଯାଇଛି-କ୍ରମାଗତ ଭାବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ।

ସୁସ୍ଥଙ୍କ ସଂଖ୍ୟା ବଢ଼ୁଥିବାରୁ ସକ୍ର୍ରିୟ ମାମଲା କମୁଛି । ବିଗତ ୫ ସପ୍ତାହର ଏକ ହାରାହାରି ସଂଖ୍ୟା ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଗତ ସପ୍ତାହରେ ଅର୍ଥାତ୍ ୭ରୁ ୧୨ ତାରିଖ ମଧ୍ୟରେ ସଂକ୍ରମଣର ହାରାହାରି ହାର ରହିଛି ୭୨ ହଜାର ୫୭୬ । ଏହା ପୂର୍ବରୁ ସେପଟେମ୍ବର ୯ରୁ ୧୫ ଭିତରେ ଏହି ସଂଖ୍ୟା ଥିଲା ୯୨ ହଜାର ୮୩୦ ।