ଦେଶରେ ବଢିବାରେ ଲାଗିଛି କରୋନା । ୧୬ ଜଣଙ୍କ ଗଲାଣି ଜୀବନ, ୬୯୪ ହେଲେଣି ଆକ୍ରାନ୍ତ

3,839

କନକ ବ୍ୟୁରୋ : ଦେଶରେ ୧୬ ଜଣଙ୍କ ଜୀବନ ନେଲାଣି କରୋନା । ବର୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ମୋଟ ୬୯୪ ଜଣ ଆକ୍ରାନ୍ତ ହେଲେଣି । ତେବେ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମାତ୍ର ଗୋଟିଏ ଦିନରେ ୮୮ ନୂଆ କେସ ସାମ୍ନାକୁ ଆସିଥିବା ନେଇ ସୂଚନା ମିଳିଛି । ବର୍ତମାନ ସମୟରେ କରୋନାକୁ କେମିତି ରୋକାଯିବ ସେନେଇ ଅନେକ ପଦକ୍ଷେପ ସରକାର ନେଇଛନ୍ତି ।

ଯେପରି ଭାବରେ ଏହି ମହାମାରୀ ଦେଶରେ ଅଧିକରୁ ଅଧିକ ନବ୍ୟାପେ ସେନେଇ ଅନେକ ଗୁଡିଏ ପଦକ୍ଷେପ କେନ୍ଦ୍ର ସରକାର ନେଉଛନ୍ତି । ଭୂତାଣୁଠାରୁ ବଂଚିବା ଲାଗି ଘରେ ରହିବାକୁ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଅପିଲ ବି କରିଛନ୍ତି । ମୋଦି ଅପିଲ ପରେ ଅନେକ ରାଜ୍ୟରେ କର୍ଫ୍ୟୁ ଲାଗୁକରାଯାଇଛି । ତେବେ ଏପରି ପରିସ୍ଥିତିରେ କରୋନା ଭୂତାଣୁକୁ ରୋକିବା ଏକ ଚ୍ୟାଲେଞ୍ଜ ହୋଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ ।