ଦେଶରେ ୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ୭୫ ଜଣଙ୍କ ମୃତ୍ୟୁ, ୨୨ ହଜାର ତବିଲିଗି ଜମାତ ସଦସ୍ୟଙ୍କୁ କ୍ୱାରେନଟାଇନ

ପୁଣି ଭଲ ଖବର । ରାଜ୍ୟରେ ଆଉ ୩ ହଜାର ୮୯୬ ଆକ୍ରାନ୍ତ ସୁସ୍ଥ । ଏହାସହ ୧ ଲକ୍ଷ ୮୧ ହଜାର ୪୮୧ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

କନକ ବ୍ୟୁରୋ : ତିନି ହଜାର ଟପିଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶେଷ ଖବର ସୁଦ୍ଧା ୩ ହଜାର ୭୨ ଜଣ କୋରନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏଯାଏଁ ୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେଣୁ ବର୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୭୮୪ ରହିଛି ।

ସାରା ଦେଶରେ ୨୨ ହଜାର ତବଲିଗି ଜମାତ ସଦସ୍ୟଙ୍କୁ କ୍ୱାରେନଟାଇନ୍ କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ।ତେବେ କହିବାକୁ ଗଲେ ସାରା ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ନେଇ ବର୍ତମାନ ସମୟରେ ଚିନ୍ତା ବଢିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe