ଦିଲ୍ଲୀରୁ ମାତ୍ର ୧୨ ଶହ କିଲୋମିଟର ଦୂର । ଯେଉଁଠି ଆପଣ ପହଂଚିଲେ ଆପଣଙ୍କ ବଜେଟ୍‌ରୁ ବହୁତ କମରେ ଆପଣ ପାଇ ପାରିବେ କାଜୁ ବାଦାମ

ଆପଣ ଆଳୁ ଓ ପିଆଜର ଦାମ୍ ଠାରୁ କମ୍ ଦାମରେ ପାଇପାରିବେ କାଜୁ

2,938

କନକ ବ୍ୟୁରୋ : କାଜୁ ଏକ ମହଙ୍ଗା ଖାଦ୍ୟ । ଯାହାକି ସାଧାରଣ ଲୋକଙ୍କ ବଜେଟ୍ ବାହାରେ । ହଁ କେବେ କେବେ ସାଧାରଣ ଲୋକମାନେ ଘରେ ଉତ୍ସବ ପାଳନ କଲେ କାଜୁ କିଣିଥା’ନ୍ତି । ହେଲେ ଯଦି ଆପଣଙ୍କୁ ଆଳୁ, ପିଆଜ ଦାମରେ କାଜୁ ବାଦାମ ମିଳିଯାଏ ତେବେ । ଆପଣ ଥରେ ଭାବିଲେ ଏହା କଣ ସମ୍ଭବ । ଆଳୁ ଓ ପିଆଜ ଠାରୁ ଦେଶରେ କେବେ କାଜୁ ଶସ୍ତା ହେବ । ହଁ ଭାରତରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ଆପଣ ଆଳୁ ଓ ପିଆଜର ଦାମ୍ ଠାରୁ କମ୍ ଦାମରେ କାଜୁ ଭଳି ମୁଲ୍ୟବାନ ସାମଗ୍ରୀ ପାଇପାରିବେ ।
ଏବେ ସାଧାରଣତ ବାଜରରେ ଆଳୁ ଓ ପିଆଜର ମୁଲ୍ୟ କିଲୋଗ୍ରାମ ପ୍ରତି ୫୦ ଟଙ୍କାରେ ମିଳୁଥିବା ବେଳେ କାଜୁ ବାଦାମର କେ.ଜି ପ୍ରତି ମୂଲ୍ୟ ୮ ଶହ ରୁ ୧ ହଜାର ଟଙ୍କା ମଧ୍ୟରେ ରହିଛି । ହେଲେ ଦିଲ୍ଲୀରୁ ମାତ୍ର ୧୨ ଶହ କିଲୋମିଟର ଦୂର ଗଲେ ଆପଣଙ୍କୁ କାଜୁ ବାଦାମ କେ.ଜି ପ୍ରତି ୫୦ ରୁ ୬୦ ଟଙ୍କା ଦରରେ ମିଳିଯିବ । ଆମେ କହୁଛୁ ଝାରଖଣ୍ଡର ଜାମତାରା ନାଲା ଅଞ୍ଚଳର କଥା । ଏଠାରେ ଥିବା ବ୍ଲକ କାର୍ଯ୍ୟାଳୟରୁ ୪ କିଲୋମିଟର ଦୂରରେ ରହିଛି ଏକ ୪୯ ଏକର ପରିମିତ କାଜୁ ବଗିଚା ଯାହାକି ରାସ୍ତା କଡେ କଡେ ପ୍ରାୟ ୫ କିଲୋମିଟର ଯାଏଁ ବ୍ୟାପିଛି । ପ୍ରତିବର୍ଷ ଏହି ବଗିଚାରୁ ହଜାର ହଜାର କୁଇଣ୍ଟାଲ କାଜୁ ଅମଳ ହୋଇଥାଏ । ହେଲେ ରକ୍ଷଣା ବେକ୍ଷଣ କରିବାକୁ କେହି ନଥିବାରୁ ସ୍ଥାନୀୟ ଲୋକମାନେ ଏହାର ଫାଇଦା ନେଇଥାନ୍ତି । ସ୍ଥାନୀୟ ଅଞ୍ଚଳର ମହିଳା ଓ ପିଲାମାନେ ଏଠାକୁ ଆସି କାଜୁ ଚୋରୀ କରିନେଇଥାନ୍ତି । ଯାହାକୁ କି ସେମାନେ ଅତି ଶସ୍ତାରେ ବିକ୍ରି କରିଥାନ୍ତି । ଏହାର ଉପକାର, ପ୍ରକୃତ ମୂଲ୍ୟ ଓ ବଜାର ଚାହିଦା ଉପରେ ସେମାନଙ୍କର କିଛି ଜ୍ଞାନ ଧାରଣା ନଥିବାରୁ ସେମାନେ ଏହାକୁ ଆଳୁ , ପିଆଜ ସହିତ ତୁଳନା କରି ସେହି ଦରରେ ବିକ୍ରି କରିଦେଇଥାନ୍ତି । ନାଲାର ପୂର୍ବ ଉପାୟୁକ୍ତ କୃପାନନ୍ଦ ଝା ନାଲାକୁ କାଜୁର ସହର କରିବାକୁ ସ୍ୱପ୍ନ ଦେଖିଥିଲେ । ଏନେଇ ସେ ନାଲା ବ୍ଲକ କାର୍ଯ୍ୟାଳୟ ଠାରୁ ଅଳ୍ପକିଛି ଦୂରରେ ୪୯ ଏକର ପରିମିତ ଏକ ଜମିରେ କାଜୁ ବଗିଚା ଆରମ୍ଭ କରିଥିଲେ । ଏହାର ଦେଖା ରଖା କରିବାକୁ ସେ ନିମାଇ ଚନ୍ଦ୍ର ଘୋଷ ଏଣ୍ଡ କମ୍ପାନୀକୁ ୩ ବର୍ଷ ପାଇଁ ଠିକା ଦେଇଥିଲେ । ଯାହା ବଦଳରେ ସେ ଉକ୍ତ କମ୍ପାନୀକୁ ୩ ଲକ୍ଷ ଟଙ୍କା ବି ଦେଇଥିଲେ । ହେଲେ ଏହି କମ୍ପାନୀ ଟଙ୍କା ନେବା ପରେ କାଜୁ ବଗିଚାର ଠିକ୍ ଦେଖା ରଖା କରିନଥିଲା । ଫଳରେ ବଗିଚାଟିର ଅବସ୍ଥା ଦିନକୂୁ ଦିନ ଖରାପ ହୋଇଯାଇଥିଲା । ଏହା ପରେ କିଛି ଅସାଧୁ ସରକାରୀ କର୍ମଚାରୀ ଏହାକୁ ହାତେଇବାକୁ ନଜର ରଖିଥିବାରୁ ଏହାକୁ ଅନ୍ୟ କେହି ନେଇ ପାରିନାହାନ୍ତି । ଅନ୍ୟପଟେ ଏଠାରେ କାଜୁ ପ୍ରଚୁର ପରିମାଣରେ ଉତ୍ପାଦିତ ହେଉଥିବାରୁ ସ୍ଥାନୀୟ ବିଧାୟକ ଏଠାରେ ଏକ କାଜୁ ପ୍ରୋସେସିଂ ପ୍ଲାଣ୍ଟ ନିର୍ମାଣ କରିବାକୁ ବିଧାନସଭାରେ ବାରମ୍ବାର ଦାବି କରିଆସୁଥିଲେ ବି ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ ।