୪୦୦ ଜିଲ୍ଲା କରୋନା ଭାଇରସ୍‌ ସଂକ୍ରମଣରୁ ସଂପୂର୍ଣ୍ଣ ମୁକ୍ତ : ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ

Advertisment
୪୦୦ ଜିଲ୍ଲା କରୋନା ଭାଇରସ୍‌ ସଂକ୍ରମଣରୁ ସଂପୂର୍ଣ୍ଣ ମୁକ୍ତ : ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ

କନକ ବ୍ୟୁରୋ :  ଦେଶର ୭୧୮ ଜିଲ୍ଲାରୁ ୪୦୦ ଜିଲ୍ଲା କରୋନା ଭାଇରସ୍‌ ସଂକ୍ରମଣରୁ ସଂପୂର୍ଣ୍ଣ ମୁକ୍ତ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ  ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଦେଶର କେଉଁ ଜିଲ୍ଲାରେ କରୋନା ପହଞ୍ଚିଛି ଏବଂ କେଉଁଠି ଆଦୌ ପହଞ୍ଚିନାହିଁ ସେ ସଂକ୍ରାନ୍ତ ତାଲିକା ସରକାର ପ୍ରସ୍ତୁତ କରିଛନ୍ତି। ଯେଉଁ ୪ ଶହ ଜିଲ୍ଲା କରୋନାମୁକ୍ତ ରହିଛି, ସେଠାରେ କରୋନାକୁ ପ୍ରବେଶ କରିବାକୁ ନଦେବା ପାଇଁ ବ୍ୟାପକ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି।

କରୋନା ମୁକାବିଲା ପାଇଁ ଆଗାମୀ ୩ ସପ୍ତାହ ଦେଶ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ଥିବାରୁ ସମସ୍ତ ଜନସାଧାରଣ ଏଥିରେ ସହଯୋଗ କରିବାକୁ ସେ କହିଛନ୍ତି। କରୋନା ସଂକ୍ରମଣ ଦେଶରେ ଆରମ୍ଭ ହେବାମାତ୍ରେ ସରକାର ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିଥିବାରୁ ଭାଇରସ୍‌ ଏବେ ନିୟନ୍ତ୍ରଣରେ ରହିଛି ଏବଂ ଦେଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇନାହିଁ। ଗୋଷ୍ଠୀ ସଂକ୍ରମଣ ରୋକିବା ଦିଗରେ ଲକ୍‌ଡାଉନ୍‌ ନିର୍ଣ୍ଣାୟକ ସାବ୍ୟସ୍ତ ହେଉଛି ବୋଲି ସେ କହିଛନ୍ତି। ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର ରହିଥିବାରୁ ସେଠାରେ ଅଧିକ ସୁରକ୍ଷା ପଦକ୍ଷେପ ନିଆଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe