କରୋନାର କୋକୁଆ ଭୟ । ଭାରତରେ ୩୪ରେ ପହଞ୍ଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

582

କନକ ବ୍ୟୁରୋ : ଭାରତରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୩୪କୁ ବୃଦ୍ଧିପାଇଛି । ସନ୍ଦିଗ୍ଧଙ୍କ ସଂଖ୍ୟା ବି ବଢୁଛି । ଲଦାଖରୁ ୨ ଓ ତାମିଲନାଡୁର ଜଣେଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସଂକ୍ରମିତଙ୍କ ସଂଖା ୩୪ରେ ପହଂଚିଛି । ଆଉ ଏହାରି ଭିତରେ କରୋନାକୁ ନେଇ ସାରା ଭାରତରେ ସତର୍କତା ଆହୁରୀ ବ୍ୟାପକ ହୋଇଛି । କରୋନା ଆକ୍ରାନ୍ତଙ୍କୁ ଦିଲ୍ଲୀ ଓ ଗୁରୁଗ୍ରାମରେ ଚିକିତ୍ସା କରାଯାଉଛି । ସେପଟେ ସାରା ବିଶ୍ୱରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ରା ୧ଲକ୍ଷ ଟପିଛି ।

ତେବେ ୩୨ଶହରୁ ଅଧିକ ମୃତ୍ୟୁ ହୋଇସାରିଲାଣି । ସେପଟେ ଓଡିଶା ସରକାର ବି କରୋନା ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ସେଥିପାଇଁ ଆଜିଠାରୁ ଏନେଇ ପ୍ରତ୍ୟକ ଦିନ ସାମ୍ବାଦିକ ସମ୍ମିଳନୀ କରି ସତର୍କତା ସୃଷ୍ଟି କରାଯିବା ସହ କରୋନା ସମ୍ପର୍କିତ ତଥ୍ୟ ଯୋଗାଇ ଦେବେ ସରକାର ।