କନକ ବ୍ୟୁରୋ: ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଅପମାନ ଘଟଣାରେ ହେଲା କାର୍ଯ୍ୟାନୁଷ୍ଠାନ । ସଂପୃକ୍ତ ଛାତ୍ରଙ୍କ ଉପରେ ଲଗାଯାଇଛି ୧ ଲକ୍ଷ ୨୦ ହଜାର ଟଙ୍କାର ଜୋରିମାନା । ଆଇଆଇଟି ବମ୍ବେରେ ‘ରାହୋବନ’ ନାମକ ଏକ ନାଟକ ପରିବେଷଣ କରାଯାଇଥିଲା । ଯେଉଁଥିରେ ଶ୍ରୀରାମ ଓ ସୀତାଙ୍କ ଚରିତ୍ରକୁ ଅପମାନଜନକ ଭାବେ ଦର୍ଶାଯାଇଥିଲା । ଏହି ଘଟଣାକୁ ନେଇ ଗୋଟିଏ ଛାତ୍ର ଗୋଷ୍ଠୀ ପକ୍ଷରୁ ପ୍ରବଳ ବିରୋଧ କରାଯାଇଥିଲା । ଏହା ପରେ ସମ୍ପୃକ୍ତ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଇଆଇଟି ପକ୍ଷରୁ ଜଣେ ଛାତ୍ରଙ୍କ ୧.୨ ଲକ୍ଷ ଟଙ୍କା ଜୋରିମାନା ହୋଇଛି । ଯାହା ଗୋଟିଏ ସେମିଷ୍ଟାର ଦେୟ ସହ ସମାନ । ଜୁଲାଇ ୨୦ ତାରିଖ ମଧ୍ୟରେ ଏହି ଜୋରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment