ସାବଧାନ !! ହୋଲିରେ ବି କଡାକଡି ହେବ ଟ୍ରାଫିକ ଚେକିଂ, ମଦୁଆଙ୍କୁ ଧରିବା ଲାଗି ପୋଲିସର ସ୍ୱତନ୍ତ୍ର ଟିମ

ସାବଧାନ !! ହୋଲିରେ ବି କଡାକଡି ହେବ ଟ୍ରାଫିକ ଚେକିଂ, ମଦୁଆଙ୍କୁ ଧରିବା ଲାଗି ପୋଲିସର ସ୍ୱତନ୍ତ୍ର ଟିମ

କନକ ବ୍ୟୁରୋ :  ଆସୁଛି ହୋଲି। ମାତିବେ ମଦୁଆ। ମଦ ପିଇ ଅନେକେ ଖେଳିବେ ହୋଲି। ଏଣୁ ନାନା ବିଶୃଙ୍ଖଳା ଘଟିବ। ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇଛି କିମସନରେଟ୍‌ ପୁଲିସ। ଏଥିପାଇଁ ଡିସିପି ଦାୟିତ୍ବରେ ଥିବା ଅତିରିକ୍ତ ସିପି ଅନୁପ କୁମାର ସାହୁ ୫ଟି ସ୍ବତନ୍ତ୍ର ଦଳ ତିଆରି କରିଛନ୍ତି। ଜଣେ ଜଣେ ଅଧିକାରୀଙ୍କ ନେତୃତ୍ବରେ ୫ଟି ପିସିଆର ଭ୍ୟାନ୍‌ ସହର ସାରା ପାଟ୍ରୋଲିଂ କରିବ। ରାସ୍ତା କଡ଼ରେ ଯେଭଳି ମଦ୍ୟପାନ ହେବ ନାହିଁ, ଏକାଠି ହୋଇ ଏକାଧିକ ଯୁବକ ଯେଭଳି ଦୀର୍ଘ ସମୟ ପର୍ଯ୍ୟନ୍ତ ଖଟି ନ କରିବେ ତାହା ଉପରେ ପୁଲିସ କଡ଼ା ନଜର ରଖିବ।

publive-imageପୂର୍ବରୁ ଗଣ୍ଡଗୋଳ ହୋଇଥିବା କେତେକ ସମ୍ବେଦନଶୀଳ ଜାଗା ମଧ୍ୟ ଚିହ୍ନଟ ହୋଇଛି। ଏହା ଉପରେ କଡ଼ା ନଜର ରହିବ। ଅନେକ ସମୟରେ ଗୋଟିଏ ଜାଗାରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇ ପରେ ଆକ୍ରମଣ କରିଥାନ୍ତି। ଏଣୁ ଗୋଷ୍ଠୀମାନଙ୍କ ଉପ‌ରେ କଡ଼ା ନଜର ରଖିବା ପାଇଁ ସ୍ଥିର ହୋଇଛି। କାହାର ଅନିଚ୍ଛା ସତ୍ତ୍ବେ ରଂଗ ବୋଳିବା, ଅଯଥାରେ ରାସ୍ତା ଅବରୋଧ କରି ଖଟି କରିବା ପ୍ରଭୃତି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

ସେହିଭଳି ମଦୁଆ ଚାଳକଙ୍କ ଉପରେ କଡ଼ା ନଜର ରହିବ। ବିଭିନ୍ନ ଜାଗାରେ ଚେକିଂ କରାଯିବ। ଦ୍ରୁତ ଗତିରେ ଚଲାଉଥିବା ଚାଳକ ଓ ମଦୁଆ ଚାଳକଙ୍କୁ କୌଣସି ପରିସ୍ଥିତିରେ ଛଡ଼ା ଯିବ ନାହିଁ। ମୁଖ୍ୟ ରାସ୍ତା ସହ ଗଳିକନ୍ଦି ଉପରେ ସ୍ବତନ୍ତ୍ର ନଜର ରହିବ। ସେହିଭଳି ଖେଳ ସରିବା ପରେ ବିଭିନ୍ନ ନଦୀନାଳରେ ପ୍ରବଳ ଭିଡ଼ ହୋଇଥାଏ। ସ୍ନାନ କରିବା ପାଇଁ ସହରର କୋଣ ଅନୁକୋଣରୁ ଶହ ଶହ ଲୋକ ନଈପଠାରେ ପହଞ୍ଚିଥାନ୍ତି। ସେଠାରେ ଛୋଟ ଛୋଟ ଘଟଣାକୁ କେନ୍ଦ୍ର କରି ବି ଗଣ୍ଡଗୋଳ ହୋଇଥାଏ। କେତେକ ସ୍ନାନ କରିବା ବେଳେ ନଦୀରେ ବୁଡ଼ି ଯିବା ମଧ୍ୟ ସମ୍ଭାବନା ରହିଛି। ଏଣୁ ଏଥିପ୍ରତି ପୁଲିସ ଓ ଅଗ୍ନିଶମସେବା ସଂସ୍ଥା ମଧ୍ୟ ପ୍ରସ୍ତୁତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe