ଚୀନ ସହ ଲଢିବା କଂଗ୍ରେସର ମୂଳ ଲକ୍ଷ୍ୟ : ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ

24

କନକ ବ୍ୟୁରୋ: ୩ ଦିନିଆ ଗୁଜରାଟ ଗସ୍ତରେ ଯାଇଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁଜରାଟରେ ତାଙ୍କର ଶେଷ ଦିନର ନିର୍ବାଚନୀ ପ୍ରଚାର କରିଛନ୍ତି । ଚାମୁଣ୍ଡା ମାତାଜି ମନ୍ଦିରରେ ପୂଜାର୍ଚ୍ଚନା କରିବାରେ ରାହୁଲ ଗତକାଲି ତାଙ୍କ ନିର୍ବାଚନ ପ୍ରଚାରରେ ବାହାରିଥିଲେ । ଏହି ଅବସରରେ ସେ ବିଭିନ୍ନ ଦଳୀୟ ନେତା ଏବଂ ସାଧାରଣ ଜନସାଧାରଣଙ୍କ ସହ ଖୋଲା ଆଲୋଚନା କରିଥିଲେ । ରାହୁଲ କହିଛନ୍ତି ଯେ, କଂଗ୍ରେସର ମୂଳ ଲକ୍ଷ୍ୟ ହେଉଛି ଚୀନ ସହ ଲଢିବା କିନ୍ତୁ ଆକ୍ରମଣାତ୍କକ ଉପାୟରେ ନୁହେଁ କିନ୍ତୁ ବିଭିନ୍ନ କମ୍ପାନୀ ପ୍ରତିଷ୍ଠା କରି ଏବଂ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏହା ଚୀନ୍ ସହ ଲଢିବ।

ରାହୁଲ କହିଛନ୍ତି, ବିଶ୍ୱରେ ଭାରତର ପ୍ରତିଷ୍ଠା ଗୋଟିଏ ରାତିରେ ସୁଦୃଢ ହୋଇଯିବନି ମହାତ୍ମାଗାନ୍ଧୀ ଏଥିପାଇଁ ଅନେକ ବର୍ଷରୁ ଯାତ୍ରା ଆରମ୍ଭ କରିଥିଲେ । ମୋଦି ସରକାରଙ୍କୁ ଆକ୍ଷେପ କରି ରାହୁଲ କହିଥିଲେ ଭାରତ ପ୍ରତିଦିନ କେବଳ ୪୦୦ ଜଣଙ୍କୁ ନିଯୁକ୍ତି ଦେଉଛି କିନ୍ତୁ ଚୀନ୍ ପ୍ରତିଦିନ ୪୦,୦୦୦ଙ୍କୁ ନିଯୁକ୍ତି ଦେଉଛି।

ତେଣୁ ଭାରତରେ ହିଂସା ବୃଦ୍ଧି ହେଉଛି। ରାହୁଲ୍ ଗତକାଲି ସୁରେନ୍ଦ୍ରନଗର ଜିଲ୍ଲାର ଚୋବରି ଗ୍ରାମର ମହିଳାମାନଙ୍କ ସହ ସେମାନଙ୍କ ସମସ୍ୟା ନେଇ ଏକ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି । ସେ କହିଛନ୍ତି, କୃଷି ଋଣ ଛାଡ଼ କରିବାପାଇଁ ଆମେ ଉତ୍ତର ପ୍ରଦେଶ ସରକାର ଉପରେ ଚାପ ପକାଇଛୁ ଏବଂ ଯଦି ଗୁଜରାଟରେ କଂଗ୍ରେସକୁ ଭୋଟ୍ ଦିଆଯାଇ କ୍ଷମତାକୁ ଅଣାଯାଏ ତେବେ କୃଷି ଋଣ ଛାଡ଼ ନିଶ୍ଚିତ ଛାଡ଼ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.