କନକ ବ୍ୟୁରୋ : ଲୋକଙ୍କୁ ସୁରକ୍ଷା ଦେବାକୁ ରାସ୍ତାରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଗଲା । ନିୟମ କଡାକଡି ହୋଇଗଲା । ଜରିମାନା ରାଶି ବଢିଗଲା । ଦୁର୍ଘଟଣା ନିୟନ୍ତ୍ରଣକୁ ଆସିବ ବୋଲି କୁହାଗଲା । ହେଲେ ଖାଲି କଣ ନିୟମ ଲାଗୁହେଲେ ଦୁର୍ଘଟଣା କମିଯିବ । ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖୁଥିବେ, ଯେଉଁଥିରେ ଲୋକେ ନୂଆ ଆଇନ ଭିତରେ ଭିତ୍ତିଭୂମିର ବିକାଶ ଅର୍ଥତ ଭଲ ରାସ୍ତାଘାଟ ତିଆରି ପାଇର୍ ଦାବି କରୁଛନ୍ତି । ହେଲେ ଯେଉଁ ରିପୋର୍ଟ ସାମ୍ନାକୁ ଆସୁଛି ତାହା ଆପଣଙ୍କୁ ଚିନ୍ତା କରିବାକୁ ବାଧ୍ୟକରିବ ।...ଚିକଣିଆ, ଭଲ ରାସ୍ତାରେ ଅଧିକ ସଡକ ଦୁର୍ଘଟଣା ହେଉଛି । ଦେଶରେ ପ୍ରତି ଘଂଟାରେ ୧୭ଜଣଙ୍କ ଜୀବନ ଯାଉଥିବା ବେଳେ ଓଡିଶା ଦୁର୍ଘଟଣା ପ୍ରବଣ ରାଜ୍ୟର ବଦନାମ ମୁଣ୍ଡେଇଛି । ରାଜ୍ୟର ୪ଟି ରାଜପଥକୁ ଦୁର୍ଘଟଣା ଜୋନ ଭାବେ ଚିହ୍ନଟ କରାଯାଇଛି । ଏହି ଅଂଚଳରେ ଦୁର୍ଘଟଣାର ସ୍ଥିତି ଅତି ଉଦବେଗଜନକ ରହିଛି ।

Advertisment

publive-imageକେତେବେଳେ ବସ ତ କେତେବେଳେ ଟ୍ରକ ପୁଣି କେତେବେଳେ ଦୁଇଚକିଆ ଯାନ ଓ ପଥଚାରୀ ଦୁର୍ଘଟଣାର ଶିକାର ହୋଇଛନ୍ତି । ପ୍ରାୟ ସବୁଦିନ ଦୁର୍ଘଟଣାର ଖବର ରାଜ୍ୟର କୋଣ ଅନୁକୋଣରୁ ଆସୁଛି । ସ୍ଥିତି ଏମିତି ହୋଇଛି ଯେ ଓଡିଶା ଦୁର୍ଘଟଣା ବଳୟରେ ରହିଛି । ଅବଶ୍ୟ ନୂଆ ମୋଟରଯାନ ଆଇନ ଲାଗୁ ପରେ ଦୁର୍ଘଟଣା କମିଛି, କିନ୍ତୁ ସ୍ଥିତି ବର୍ତ୍ତମାନ ବି ଚିନ୍ତାଜନକ । ଗତ ୧୦ ବର୍ଷରେ ଦୁର୍ଘଟଣାରେ ଓଡିଶାରେ ୩୮ ହଜାର ୨୦୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛି ଯୁବକ, ଯେଉଁମାନେ ହେଉଛନ୍ତି ପରିବାର ରୋଜଗାରିଆ ବ୍ୟକ୍ତି । ସବୁଠୁ ବଡ କଥା ହେଉଛି ୧୦୦ ଦୁର୍ଘଟଣାରେ ୪୭ ଜଣଙ୍କର ମୃତ୍ୟୁ ହେଉଛି । ଏହାରି ଭିତରେ ୫ଟି ରାସ୍ତା ସହ କିଛି ଜିଲ୍ଲା ଦୁର୍ଘଟଣା ପ୍ରବଣ ବୋଲି ଚିହ୍ନଟ ହୋଇଛିନ୍ତି ।

ଏହି ସ୍ଥାନରେ ଦୁର୍ଘଟଣା ରୋକିବା ପାଇଁ ୧୦ କୋଟି ଟଙ୍କା ପୋଲିସକୁ ଦିଆଯିବ । ପାଟ୍ରୋଲିଂ, ଆମ୍ବୁଲାନ୍ସ ସଂଖ୍ୟା ବୃଦ୍ଧି କରାଯିବା ସହ ଅଧିକ ପୋଲିସ କର୍ମଚାରୀ ନିୟୋଜିତ କରାଯିବ । ଏହି ଦୁର୍ଘଟଣା ପ୍ରବଣ ଅଂଚଳରେ ରାସ୍ତା ଠିକ ଅଛି କି ନାହିଁ, ତୃତୀୟ ପାର୍ଟି ଦ୍ୱାରା ଅର୍ଡିଟ ମଧ୍ୟ କରାଯିବ । ତେବେ ଯଦି ଆପଣ ଓଡିଶାର ରାଜରାସ୍ତାରେ ଗାଡି ଚଳାଉଛନ୍ତି ଆପଣମାନେ ଜାଣି ରଖିବା ଦରକାର ଯେ କେଉଁଠି ଆପଣ ମରଣଜନ୍ତାରରେ ପଡିପାରନ୍ତି । କେଉଁ ଜିଲ୍ଲା ସବୁ ଦୂର୍ଘଟଣାର ମୃତ୍ୟୁଜନ୍ତା ଭିତରେ ଆସୁଛି?