ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ପ୍ରଥମ ଥର ଲାଲ ଗଡରେ ପହଁଚିଲା କନକ ନ୍ୟୁଜ । ପ୍ରତିକ୍ରିୟା ରଖିଲେ ଟପ ମାଓ ନେତା ଉଦୟ ଓରଫ ସୁଧୀର

Advertisment
ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ପ୍ରଥମ ଥର ଲାଲ ଗଡରେ ପହଁଚିଲା କନକ ନ୍ୟୁଜ । ପ୍ରତିକ୍ରିୟା ରଖିଲେ ଟପ ମାଓ ନେତା ଉଦୟ ଓରଫ ସୁଧୀର

କନକ ବ୍ୟୁରୋ : ମାଓ କ୍ୟାମ୍ପରେ କନକ ନ୍ୟୁଜ । ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ପ୍ରଥମ ଥର ଲାଲ ଗଡରେ ପହଁଚିଛି କନକ ନ୍ୟୁଜ ଟିମ  ଆଉ ପ୍ରଥମ ଥର ପାଇଁ କନକ ନ୍ୟୁଜ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ଟପ ମାଓ ନେତା ଉଦୟ ଓରଫ ସୁଧୀର ଓରଫ କୈଳାଶମ । ଲାଲ ଗଡରୁ ଲାଲ ବାହିନୀର ଡାକରା ପାଇ ଚିତ୍ରକୋଣ୍ଡା ସ୍ପିଲୱେ ଘାଟରୁ ବାହାରି ଥିଲା ଆମ ଟିମ । ଦିର୍ଘ ୭ ଘଂଟା ଧରି ମୋଟର ଲଂଚ ଯାତ୍ରା କରି ଲାଲ ଇଲାକା ରେ ପହଁଚି ଥିଲେ ଆମ ପ୍ରତିନିଧୀ ବିଜୁ ଖିଲ ଓ ବସନ୍ତ ସଗରିଆ । ମୋଟର ଲଂଚରୁ ଓହ୍ଲାଇ କିଟ କିଟ ଅନ୍ଧାର ରାତିରେ ଜଣେ ମିଲିଶିଆଙ୍କ ସହଯୋଗରେ କ୍ୟାମ୍ପ ଅଭିମୁଖେ ବାହାରି ଥିଲେ ଆମ ପ୍ରତିନିଧି । ଦୁଇ ଦୁଇଟି ଗାଁ ଅତିକ୍ରମ କରିବା ପରେ ପ୍ରାୟ ରାତି ଦୁଇଟାରେ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ପହଁଚି ଥିଲା ଆମ ଟିମ । ଆଉ ରାସ୍ତା ସାରା ବନ୍ଧୁକ ଧାରି ମାଓବାଦୀଙ୍କ ଆର.ଓ.ପି ଲାଗି ଥିଲା ଆମକୁ ସ୍ୱାଗତ କରିବା ଲାଗି ।

publive-imageଆଖ ପାଖର ଦୁଇଟି ଗାଁ କୁ ଘେରି ରଖି ଥିଲେ ପ୍ରାୟ ୨୦୦ ରୁ ଅଧିକ ମାଓବାଦୀ । ଆଉ ନିର୍ଦ୍ଦିଷ୍ଟ ଏକ ଘରେ ପହଁଚି ସେଠାରେ ପ୍ରାୟ ଏକ ଘଂଟା ଅପେକ୍ଷା କରିବା ପରେ ଆମ ଆଖି ଯାହା ଦେଖି ଥିଲା ତାହା ସହଜରେ ବିଶ୍ୱାସ ହେଉନଥିଲା । ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ଧରି ଘର ଭିତରକୁ ପ୍ରବେଶ କରିଥିଲା ଉଦୟ ଓ ତାଙ୍କ ଅଙ୍ଗରକ୍ଷୀଙ୍କ ଟିମ ।  ଦୀର୍ଘ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଉଦୟଙ୍କ ସହ ଆଲୋଚନା ହେବା ପରେ କନକ ନ୍ୟୁଜକୁ ଏକ ଅଡିଓ ସାକ୍ଷାତକାର ଦେଇଥିଲେ ଆନ୍ଧ୍ର ଓଡିଶା ବର୍ଡର ସ୍ପେଶାଲ ଯୋନାଲ କମିଟି ଅନ୍ତର୍ଗତ ଏ.କେ.ଭି ଡିଭିଜନର ସମ୍ପାଦକ ତଥା ସି.ଆର.ସି.ସି ମେମ୍ବର ଉଦୟ ଓରଫ ସୁଧିର ଓରଫ କୈଳାଶମ । ତେବେ ଉଦୟ ଦେଇଥିବା ସାକ୍ଷାତକାରରେ ସେ ବି.ଏସ.ଏଫ କ୍ୟାମ୍ପକୁ ତୀବ୍ର ବିରୋଧ କରିଛନ୍ତି । ନିକଟରେ ରାଜୁ ହନ୍ତାଳଙ୍କ ମୃତ୍ୟୁ ପଛରେ ବି.ଏସ.ଏଫ କୁ ଦାୟୀ କରିଛନ୍ତି ଉଦୟ ।

publive-imageଜନତା ଆକ୍ରୋଶିତ ହୋଇ ପୁଲିସ ଓ ଥାନା ଉପରେ ଆକ୍ରମଣ କରୁଥିବା ବେଳେ ପୁଲିସ କୁଚକ୍ରାନ୍ତ କରି ମାଓ ସଙ୍ଗଠନ କୁ ବଦନାମ କରୁଥିବା ଅଭିଯୋଗ କରିଛନ୍ତି ଉଦୟ । ହେତାଲପାଡି ଗାଁରେ ଦୁଇ ଗ୍ରାମବାସୀ ମୃତ, ଆଲାମପାକ ଗାଁ ର ବେଣୁ ହନ୍ତାଲ, ନାରିଙ୍ଗିଝୋଲା ର ବୁଦ୍ରା ହନ୍ତାଳଙ୍କ ମୃତ୍ୟୁ ପାଇଁ ପୁଲିସକୁ ଦାୟୀ କରିଛନ୍ତି ଉଦୟ । ସେହିପରି ଓଡିଶା ତଥା ଆନ୍ଧ୍ର ସୀମାରେ ଥିବା ଖଣି ଖାଦାନକୁ ଲୁଟ କରିବା ଲାଗି ଗୁରୁପ୍ରୀୟା ସେତୁ ନିର୍ମାଣ ହୋଇଥିବା ଅଭିଯୋଗ କରିଛନ୍ତି ଏହି ଟପ ମାଓ ନେତା । ଗୁରୁପ୍ରୀୟା ସେତୁ ନିର୍ମାଣ ପୂର୍ବରୁ ବିଚ୍ଛିନ୍ନାଂଚଳ ବାସିନ୍ଦା ସ୍ୱାଭିମାନୀ ଥିଲେ । ଆଉ ସେତୁ ନିର୍ମାଣ ପରେ ଏବେ ସେମାନେ ସ୍ୱାଭିମାନ ହରାଇ ବସିଥିବା କହିଛନ୍ତି ଉଦୟ । ଆନ୍ଧ୍ର ରେ ପ୍ରତିଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଥିବା ବେଳେ ଓଡିଶାରେ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଡାକ୍ତର ନାହାଁନ୍ତି । ସ୍ୱାଭିମାନ ଅଂଚଳରେ ବିଦ୍ୟାଳୟରେ ଶିକ୍ଷକ ଆସୁନାହାନ୍ତି । ଲୋକଙ୍କୁ ପାନୀୟ ଜଳ ପରି ମୌଳିକ ସୁବିଧା ଏ ଯାଏ ମିଳି ପାରିନାହିଁ ବୋଲି କହିଛନ୍ତି ଉଦୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe