ଟ୍ୱିଟରରେ ଗାଜିଆବାଦ ଭାଇରାଲ ଭିଡିଓ ଘଟଣା । ପଚରାଉଚରା ପାଇଁ ରାଜି ହେଲେ ଟ୍ୱିଟର ଏମଡି । ଥାନାକୁ ଆସିବା ପାଇଁ ପୋଲିସ ପଠାଇଲା ଆଉ ଏକ ନୋଟିସ୍ ।

88

କନକ ବ୍ୟୁରୋ : ଗାଜିଆବାଦ ମୁସଲିମ୍ ବୃଦ୍ଧଙ୍କ ଭାଇରାଲ ଭିଡିଓ ଘଟଣାରେ ପଚରା-ଉଚୁରା ପାଇଁ ପ୍ରସ୍ତୁତ ଅଛି ଟ୍ୱିଟର ଇଣ୍ଡିଆ । ଗାଜିଆବାଦ ପୋଲିସ ଟ୍ୱିଟର ଇଣ୍ଡିଆ ଏମଡି ମନିଷ ମାହେଶ୍ୱରୀଙ୍କୁ ପଚରାଉଚୁରା ପାଇଁ ଲୋନି ଥାନାକୁ ଆସିବା ପାଇଁ ନୋଟିସ ଜାରି କରିଥିଲେ । ତେବେ ଏହାର ଜବାବ ରଖି ଟ୍ୱିଟର ତରଫରୁ କୁହାଯାଇଛି ଯେ, ପଚରା-ଉଚରା ପାଇଁ ମନିଷ ମାହେଶ୍ୱରୀ ପ୍ରସ୍ତୁତ ଅଛନ୍ତି । ଭିଡିଓ କନଫରେନ୍ସ ଜରିଆରେ ସେ ଉପଲବ୍ଧ ଅଛନ୍ତି ବୋଲି ଟ୍ୱିଟର ପକ୍ଷରୁ କୁହାଯାଇଛି । ଯେଉଁଥିରେ ପୋଲିସ କ୍ଷୁବ୍ଧ ହେବା ସହ ମନିଷ ମାହେଶ୍ୱରୀଙ୍କୁ ଆଉ ଏକ ନୋଟିସ୍ ପଠାଇଛି । ଗାଜିଆବାଦର ଲୋନି ଥାନାରେ ଟ୍ୱିଟର ଇଣ୍ଡିଆ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି ।