କନକ ବ୍ୟୁରୋ : ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୨ଶହ ଛୁଇଁଛି । ରାଜ୍ୟର ସମୁଦାୟ କରୋନା ମୃତ୍ୟୁ ସଂଖ୍ୟାର ୩୭ ପ୍ରତିଶତ କେବଳ ଗଞ୍ଜାମ ଜିଲ୍ଲାରେ ହୋଇଛି । ଜିଲ୍ଲାରେ ସଂକ୍ରମଣ କମିଥିଲେ ହେଁ, କରୋନା ମୃତ୍ୟୁ ଅନ୍ୟ ଜିଲ୍ଲା ତୁଳନାରେ ଯଥେଷ୍ଟ ଅଧିକ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୦,୬୬୩ କୋଭିଡ୍ ନମୁନା ପରୀକ୍ଷା କରାଯାଇଥିବା ବେଳେ ୩୫୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ସର୍ବାଧିକ ୮୭୮ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ମୟୂରଭଞ୍ଜ ୩୨୬, କଟକ ୨୯୫, ବରଗଡ଼ ୨୭୪, ଯାଜପୁର ୨୦୬, ବାଲେଶ୍ବର ୧୫୩, ଗଞ୍ଜାମ ୧୦୨, ସୋନପୁର ୯୯, ନୂଆପଡ଼ା ୯୮, କୋରାପୁଟ ୯୦, ଝାରସୁଗୁଡ଼ା ୮୭, ଜଗତସିଂହପୁର ୮୫, ସମ୍ବଲପୁର ୮୩, ଢେଙ୍କାନାଳ ୬୯, ଅନୁଗୁଳ ୬୮, ବୌଦ୍ଧ ଓ ରାୟଗଡ଼ାରେ ୬୭ଜଣ ଲେଖାଏଁ, ପୁରୀ ୬୧, ସୁନ୍ଦରଗଡ଼ ୫୬, ଭଦ୍ରକ ୫୦, କେନ୍ଦ୍ରାପଡ଼ା ୪୮, କେନ୍ଦୁଝର ୪୪, କନ୍ଧମାଳ ୩୮, କଳାହାଣ୍ଡି ଓ ବଲାଙ୍ଗୀରରୁ ୩୭ଜଣ ଲେଖାଏଁ, ନୟାଗଡ଼ ୩୪, ନବରଙ୍ଗପୁର ୩୩, ଗଜପତି ୨୯, ମାଲାକାନଗିରି ୨୫ ଓ ଦେବଗଡ଼ରୁ ୪ଜଣ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୨୧୬୧ ଓ ୧୩୮୨ ଲୋକାଲ କଣ୍ଟାକ୍ଟସ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୨୦ହଜାର ୨୨୧ରେ ପହଞ୍ଚିଛି। ଖୋର୍ଧା ଜିଲ୍ଲାରେ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଏବେ ସୁଦ୍ଧା ୨୦,୬୧୮ ରୋଗୀ ଚିହ୍ନଟ ହୋଇସାରିଲେଣି। ଗଞ୍ଜାମରେ ୧୮,୫୪୪, କଟକରେ ୧୦,୦୪୩, ରାୟଗଡ଼ା ୫୪୦୮, ସୁନ୍ଦରଗଡ଼ ୪୮୧୩, ମୟୂରଭଞ୍ଜ ୪୬୧୯, ଯାଜପୁର ୪୩୫୧, ପୁରୀ ୪୩୦୬ ଓ ବାଲେଶ୍ବରରେ ୪୨୧୦ ରୋଗୀ ଚିହ୍ନଟ ହୋଇସାରିଲେଣି। ତେବେ ସୋନପୁର, ବୌଦ୍ଧ ୭୯୨, ନୂଆପଡ଼ା ୭୪୫ ଓ ଦେବଗଡ଼ରେ ୨୪୬ ଆକ୍ରାନ୍ତଙ୍କୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ୧ହଜାରରୁ ଅଧିକ ରୋଗୀ ଚିହ୍ନଟ ହୋଇ ସାରିଲେଣି।
ରାଜ୍ୟରେ ଆଜି ୩୪୪୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଧାରୁ ସର୍ବାଧିକ ୯୫୧ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ କଟକ ୨୫୧, ମୟୂରଭଞ୍ଜ ୨୧୩, ଭଦ୍ରକ ୧୬୪, ଢେଙ୍କାନାଳ ୧୬୧, ରାୟଗଡ଼ା ୧୫୪, ଗଞ୍ଜାମ ୧୪୮, ଯାଜପୁର ୧୪୪, ବାଲେଶ୍ବର ୧୩୭, ନୟାଗଡ଼ ୧୧୭, କୋରାପୁଟ ୧୧୦, ଜଗତସିଂହପୁର ୧୦୭, ପୁରୀ ୧୦୫, ସମ୍ବଲପୁର ୧୦୦, ଝାରସୁଗୁଡ଼ା ୬୭, ମାଲକାନଗିରି ୬୪, ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରୁ ୬୧ଜଣ ଲେଖାଏଁ, ବରଗଡ଼ ୫୬, କେନ୍ଦୁଝର ୫୪, ସୋନପୁର ୪୧, ସୁନ୍ଦରଗଡ଼ ୩୮, ନବରଙ୍ଗପୁର ୩୩, କନ୍ଧମାଳ ୨୪, ଗଜପତି ଓ ନୂଆପଡ଼ାରୁ ୨୩ଜଣ ଲେଖାଏଁ, କଳାହାଣ୍ଡି ୧୨, ବୌଦ୍ଧ ୧୧, ଦେବଗଡ଼ ୮ ଓ ଅନୁଗୁଳରୁ ୫ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୯୩୭୭୪ରେ ପହଞ୍ଚିଛି। ସକ୍ରିୟ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୨୫,୮୫୬ ରହିଛି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୭୭.୫ ପ୍ରତିଶତକୁ ବୃଦ୍ଧି ପାଇଛି।